ଜି-୨୦ ଡିନର ପାଇଁ ନିମନ୍ତ୍ରିତ ହୋଇଛନ୍ତି ମନମୋହନ, ଦେବଗୌଡ଼ା
ନୂଆଦିଲ୍ଲୀ : ଜି-୨୦ ପ୍ରତିନିଧିଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଭାରତ ମଣ୍ଡପମରେ ନୈଶ ଭୋଜନର ଆୟୋଜନ କରିଛନ୍ତି। ଏହି ନୈଶ ଭୋଜନ କାର୍ଯ୍ୟକ୍ରମକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚ୍ଡି ଦେବଗୌଡ଼ାଙ୍କୁ କେନ୍ଦ୍ର ସରକାର ଜି-୨୦ ଡିନର ପାଇଁ ନିମନ୍ତ୍ରଣ କରିଛନ୍ତି। ତେବେ ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କି ନା’ ସେନେଇ ଏପର୍ଯ୍ୟନ୍ତ […]
ନୂଆଦିଲ୍ଲୀ : ଜି-୨୦ ପ୍ରତିନିଧିଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଭାରତ ମଣ୍ଡପମରେ ନୈଶ ଭୋଜନର ଆୟୋଜନ କରିଛନ୍ତି। ଏହି ନୈଶ ଭୋଜନ କାର୍ଯ୍ୟକ୍ରମକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚ୍ଡି ଦେବଗୌଡ଼ାଙ୍କୁ କେନ୍ଦ୍ର ସରକାର ଜି-୨୦ ଡିନର ପାଇଁ ନିମନ୍ତ୍ରଣ କରିଛନ୍ତି। ତେବେ ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କି ନା’ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। କାର୍ଯ୍ୟକ୍ରମରେ ପାଖାପାଖି ୫୦୦ ବିଜନେସ ଲିଡର ଉପସ୍ଥିତ ରହିବେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ନୀତୀଶ କୁମାର ଆସନ୍ତାକାଲି ସକାଳ ୧୦.୪୫ରେ ଦିଲ୍ଲୀ ଯିବେ। ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସ୍ପଷ୍ଟ କରି ସାରିଛନ୍ତି। ଜି-୨୦ ଡିନରରେ ମମତାଙ୍କୁ ଯୋଗଦାନ ସଂକ୍ରାନ୍ତ ନିଷ୍ପତ୍ତିକୁ ବିଜେପି ସ୍ବାଗତ କରିଛି। ଜି-୨୦ ଡିନର ମେନୁରେ ମିଲେଟ ଉପରେ ସ୍ବତନ୍ତ୍ର ଫୋକସ କରାଯାଇଛି। ୩ ଘଣ୍ଟାର ମ୍ୟୁଜିକ କନସର୍ଟ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମର ନାଁ ରହିଛି, ‘ଭାରତ ବାଦ୍ୟ ଦର୍ଶନମ’।




