ଜି-୨୦ ଡିନରକୁ ନିମନ୍ତ୍ରିତ ନହେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଖଡ଼ଗେ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଷ୍ଟ୍ରପତିଙ୍କ ଦ୍ବାରା ଦିଆଯାଉଥିବା ଜି-୨୦ ଡିନର କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇନାହାନ୍ତି। ଉକ୍ତ ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କ ଉପ‌ରେ ତୀବ୍ର ଆକ୍ରମଣ କରିଛି। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଉକ୍ତ ପ୍ରସଙ୍ଗରେ ଆଜି ତାଙ୍କ ମୁହଁ ଖୋଲିଛନ୍ତି। ବିଜେପି ଉପରେ ସିଧାସଳଖ ଆକ୍ରମଣ କରି ଖଡ଼ଗେ କହିଛନ୍ତି, ସେମାନେ ଉକ୍ତ ପ୍ରସଙ୍ଗରେ ରାଜନୀତି କରିବା ଉଚିତ ନଥିଲା। ରାହୁଲ ଗାନ୍ଧି ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଷ୍ଟ୍ରପତିଙ୍କ ଦ୍ବାରା ଦିଆଯାଉଥିବା ଜି-୨୦ ଡିନର କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇନାହାନ୍ତି। ଉକ୍ତ ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କ ଉପ‌ରେ ତୀବ୍ର ଆକ୍ରମଣ କରିଛି। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଉକ୍ତ ପ୍ରସଙ୍ଗରେ ଆଜି ତାଙ୍କ ମୁହଁ ଖୋଲିଛନ୍ତି। ବିଜେପି ଉପରେ ସିଧାସଳଖ ଆକ୍ରମଣ କରି ଖଡ଼ଗେ କହିଛନ୍ତି, ସେମାନେ ଉକ୍ତ ପ୍ରସଙ୍ଗରେ ରାଜନୀତି କରିବା ଉଚିତ ନଥିଲା। ରାହୁଲ ଗାନ୍ଧି ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ବିଜେପି ଦେଶର ୬୦ ପ୍ରତିଶତ ଜନସଂଖ୍ୟାଙ୍କୁ ଗୁରୁତ୍ବ ଦେଉନି। ସେମାନେ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରିତ ନକରିବାପାଇଁ ନିଷ୍ପତ୍ତି ନେଲେ। ଏଥିରୁ କିଛି କଥା ସ୍ପଷ୍ଟ ହେଉଛି। ଏଥିରୁ ଜଣାପଡ଼ୁଛି ଯେ ସେମାନେ ଦେଶର ୬୦ ପ୍ରତିଶତ ଜନସଂଖ୍ୟାଙ୍କୁ ଗୁରୁତ୍ବ ଦେଉନାହାନ୍ତି। ଲୋକମାନେ ଏ ବିଷୟରେ ଚିନ୍ତା କରିବା ଉଚିତ। ରାହୁଲ ଗାନ୍ଧି ଏବେ ୟୁରୋପ ଗସ୍ତରେ ଥିବାବେଳେ ୟୁରୋପରୁ ଏହି ଟିପ୍ପଣୀ ଦେଇଛନ୍ତି। ଅନ୍ୟପକ୍ଷେ ମଲ୍ଲିକାର୍ଜୁନ ଖଡ଼ଗେ ଜି-୨୦ ଅତିଥି ତାଲିକାରୁ ବାଦ୍‌ ପଡ଼ିବା ବିଷୟକୁ ନେଇ ଜଣେ କଂଗ୍ରେସ ନେତା ଜାତିଆଣ ଭେଦଭାବ କଥା ଉଠାଇଛନ୍ତି। ତାମିଲନାଡ଼ୁର କଂଗ୍ରେସ ନେତା ମୋହନ କୁମାରମଙ୍ଗଳମ କହିଛନ୍ତି, ‘ମୋଦୀ ହେ ତୋ ମନୁ ହୈ’। କୁମାରମଙ୍ଗଳମ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଚୀନ ହିନ୍ଦୁ ଋଷି ମହର୍ଷିଙ୍କ ଦ୍ବାରା ଲିଖିତ ମନୁସ୍ମୃତିର ଲିଗାସିକୁ କାଏମ ରଖିବାକୁ କହିଛନ୍ତି ।

Tags: