ଜି-୨୦ କାର୍ଯ୍ୟସ୍ଥଳରେ କୋଣାର୍କ ଚକ୍ର
ନୂ୍ଆଦିଲ୍ଲୀ : ଆଇକନିକ୍ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ ଆଜି ଜି-୨୦ ସମ୍ମିଳନୀ ସ୍ଥଳରେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। କାରଣ ଏହାର ପ୍ରତିକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ପ୍ରତିନିଧିଙ୍କୁ ସ୍ବାଗତ କରିବା ସମୟରେ ପୃଷ୍ଠଭୂମି ଭାବେ ବ୍ୟବହାର କରାଯାଇଥିଲା। ମୋଦୀ ଆଜି ଭାରତ ମଣ୍ଡପମରେ ପହଞ୍ଚିଥିବା ବିଶ୍ବ ନେତାମାନଙ୍କୁ ସ୍ବାଗତ କରିଥିଲେ। ପୃଷ୍ଠଭୂମିରେ କୋଣାର୍କ ଚକ୍ର ଥାଇ ମୋଦୀ ସେମାନଙ୍କ ସହ ଫଟୋ ଉଠାଇଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମ୍ମିଳନୀ ସ୍ଥଳକୁ ସ୍ବାଗତ […]
ନୂ୍ଆଦିଲ୍ଲୀ : ଆଇକନିକ୍ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ ଆଜି ଜି-୨୦ ସମ୍ମିଳନୀ ସ୍ଥଳରେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। କାରଣ ଏହାର ପ୍ରତିକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ପ୍ରତିନିଧିଙ୍କୁ ସ୍ବାଗତ କରିବା ସମୟରେ ପୃଷ୍ଠଭୂମି ଭାବେ ବ୍ୟବହାର କରାଯାଇଥିଲା। ମୋଦୀ ଆଜି ଭାରତ ମଣ୍ଡପମରେ ପହଞ୍ଚିଥିବା ବିଶ୍ବ ନେତାମାନଙ୍କୁ ସ୍ବାଗତ କରିଥିଲେ। ପୃଷ୍ଠଭୂମିରେ କୋଣାର୍କ ଚକ୍ର ଥାଇ ମୋଦୀ ସେମାନଙ୍କ ସହ ଫଟୋ ଉଠାଇଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମ୍ମିଳନୀ ସ୍ଥଳକୁ ସ୍ବାଗତ କରିବାପରେ ମୋଦୀ ତାଙ୍କୁ କୋଶାର୍କ ଚକ୍ରର ଗୁରୁତ୍ବ ସଂକ୍ରାନ୍ତରେ ବୁଝାଇ ଦେଇଥିଲେ। ଜି-୨୦ କାର୍ଯ୍ୟସ୍ଥଳରେ କୋଣାର୍କ ଚକ୍ରର ଗୋଟିଏ ପାର୍ଶ୍ବରେ ଜି-୨୦ ଲୋଗୋ ଥିବାବେଳେ ଅନ୍ୟ ପାର୍ଶ୍ବରେ ସଂସ୍କୃତ ସ୍ଲୋଗାନ ‘ବସୁଧୈବ କୁଟୁମ୍ବକମ- ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି, ୱାନ୍ ଫ୍ୟୁଚର’ ଲେଖାଯାଇଛି। କୋଣାର୍କ ଚକ୍ରର ଫଟୋ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି।




