ଜି-୨୦ ଅବସରରେ ୧୫ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ ମୋଦୀ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେବ ଜି-୨୦ ସମ୍ମିଳନୀ। ଆଜିଠାରୁ ବିଶ୍ବନେତାମାନେ ଭାରତ ପହଞ୍ଚିବେ। ତେବେ ଜି-୨୦ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବବ୍ୟାପୀ ୧୫ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ। ମିଳିଥିବା ସୂୂଚନାନୂଯାୟୀ ମୋଦୀ ଆଜି ଆମେରିକା, ମରିସସ୍‌ ଏବଂ ବାଂଲାଦେଶ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଆସନ୍ତାକାଲି ମୋଦୀ ବ୍ରିଟେନ୍‌, ଜାପାନ, ଜର୍ମାନୀ ଏବଂ ଇଟାଲି ନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ। ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ମୋଦୀ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେବ ଜି-୨୦ ସମ୍ମିଳନୀ। ଆଜିଠାରୁ ବିଶ୍ବନେତାମାନେ ଭାରତ ପହଞ୍ଚିବେ। ତେବେ ଜି-୨୦ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବବ୍ୟାପୀ ୧୫ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ। ମିଳିଥିବା ସୂୂଚନାନୂଯାୟୀ ମୋଦୀ ଆଜି ଆମେରିକା, ମରିସସ୍‌ ଏବଂ ବାଂଲାଦେଶ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଆସନ୍ତାକାଲି ମୋଦୀ ବ୍ରିଟେନ୍‌, ଜାପାନ, ଜର୍ମାନୀ ଏବଂ ଇଟାଲି ନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ। ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ମୋଦୀ ଲଞ୍ଚ୍‌ ମିଟିଂ ରଖିଛନ୍ତି। କାନାଡ଼ା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋଙ୍କ ସହ ମୋଦୀ କଥାବାର୍ତ୍ତା ରଖିଛନ୍ତି। ଏଥିସହ କମରସ, ତୁର୍କୀ, ୟୁଏଇ, ଦକ୍ଷିଣ କୋରିଆ, ଇୟୁ/ଇସି, ବ୍ରାଜିଲ ଏବଂ ନାଇଜେରିଆ ସହ ଦ୍ବିପାକ୍ଷିକ ବୈଠକ ଅଛି। ଜି-୨୦ ସମ୍ମିଳନୀ‌ରେ ୩୦ରୁ ଅଧିକ ରାଷ୍ଟ୍ରର ମୁଖ୍ୟ, ୟୁରୋପୀୟ ସଂଘର ଶୀର୍ଷ ଅଧିକାରୀ ଏବଂ ଆମନ୍ତ୍ରିତ ଅତିଥି ରାଷ୍ଟ୍ର ଓ ୧୪ଟି ଅନ୍ତର୍ଜାତୀୟ ଅନୁଷ୍ଠାନର ମୁଖ୍ୟ ଯୋଗ ଦେବେ। ଇତି ମଧ୍ୟରେ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଣ୍ଟିଡ୍ରୋନ୍‌ ସିଷ୍ଟମ୍‌ ସହ ଯୁଦ୍ଧ ବିମାନ ସବୁ ମୁତୟନ ହୋଇଛି। ଦିଲ୍ଲୀ ପୁଲିସକୁ ୫୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ସହଯୋଗ କରୁଛନ୍ତି। ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ୍‌ ଏବଂ ହୋ‌ଟେଲରୁ ଜି-୨୦ ସମ୍ମିଳନୀ କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ଜି-୨୦ ପ୍ରତିନିଧିମାନଙ୍କୁ ଦିଲ୍ଲୀ ପୁଲିସ ଦ୍ବାରା ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ।

Tags: