ଜି-୨୦ର ସ୍ଥାୟୀ ସଦସ୍ୟ ଭାବେ ଆଫ୍ରିକୀୟ ସଂଘକୁ ସ୍ବାଗତ କଲେ ମୋଦୀ
ନୂଆଦିଲ୍ଲୀ : ଆଫ୍ରିକୀୟ ସଂଘ ଆଜି ଜି-୨୦ର ସ୍ଥାୟୀ ସଦସ୍ୟ ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏନେଇ ପ୍ରସ୍ତାବ ଆଣିବାପରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏହାକୁ ସ୍ବାଗତ କରିଥିଲେ। ଏହାପରେ ମୋଦୀ କମରସ ସଂଘ ସଭାପତି ଏବଂ ଆଫ୍ରିକୀୟ ସଂଘ ଅଧ୍ୟକ୍ଷ ଅଜାଲି ଅସୌମନିଙ୍କୁ ଜି-୨୦ ଟେବୁଲ୍ରେ ତାଙ୍କ ଆସନ ଗ୍ରହଣ କରିବାପାଇଁ ନିମନ୍ତ୍ରଣ କରିଥିଲେ। ପ୍ରବଳ ତାଳି ମଧ୍ୟରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଅସୌମାନିଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ନେଇ ଯାଇଥିଲେ। […]
ନୂଆଦିଲ୍ଲୀ : ଆଫ୍ରିକୀୟ ସଂଘ ଆଜି ଜି-୨୦ର ସ୍ଥାୟୀ ସଦସ୍ୟ ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏନେଇ ପ୍ରସ୍ତାବ ଆଣିବାପରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏହାକୁ ସ୍ବାଗତ କରିଥିଲେ। ଏହାପରେ ମୋଦୀ କମରସ ସଂଘ ସଭାପତି ଏବଂ ଆଫ୍ରିକୀୟ ସଂଘ ଅଧ୍ୟକ୍ଷ ଅଜାଲି ଅସୌମନିଙ୍କୁ ଜି-୨୦ ଟେବୁଲ୍ରେ ତାଙ୍କ ଆସନ ଗ୍ରହଣ କରିବାପାଇଁ ନିମନ୍ତ୍ରଣ କରିଥିଲେ। ପ୍ରବଳ ତାଳି ମଧ୍ୟରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଅସୌମାନିଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ନେଇ ଯାଇଥିଲେ। ମୋଦୀ କହିଥିଲେ ସବ୍କା ସାଥ୍ ଭାବନା ସହ ଭାରତ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବାପାଇଁ ପ୍ରସ୍ତାବ ଦେଉଛି। ମୋଦୀଙ୍କର ଏହି ପ୍ରସ୍ତାବକୁ ଅନ୍ୟ ସମସ୍ତ ବିଶ୍ବ ନେତାମାନେ ସ୍ବାଗତ କରିଥିଲେ। ଏକ ଟ୍ବିଟ୍ କରି ମୋଦୀ କହିଛନ୍ତି, ଜି-୨୯ ପରିବାରର ସ୍ଥାୟୀ ସଦସ୍ୟମାନେ ଆଫ୍ରିକୀୟ ସଂଘକୁ ସ୍ବାଗତ କରି ସମ୍ମାନିତ। ଏହା ଜିୖ-୨୦ ଏବଂ ଗ୍ଲୋବାଲ୍ ସାଉଥ୍ର ସ୍ବରକୁ ସୁଦୃଢ଼ କରିବ।




