ଜି-୨୦‌‌ରେ ଜିନପିଙ୍ଗ ଯୋଗ ଦେଉନଥିବାରୁ ବାଇଡେନ ଅସନ୍ତୁଷ୍ଟ

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେନାହିଁ ବୋଲି ଚୀନ୍‌ ସ୍ପଷ୍ଟ କରିସାରିଛି। ତେବେ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଜିନପିଙ୍ଗଙ୍କ ଅନୁପସ୍ଥିତି ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ବାଇଡେନ କହିଥିଲେ ଯେ ଜିନପିଙ୍ଗ ଜି-୨୦ ସମ୍ମିଳନୀରେ ଯୋଗ‌‌ ଦେବେ ବୋଲି ମୁଁ ଆଶା କରୁଛି। ଉ‌ଲ୍ଲେଖଯୋଗ୍ୟ ଯେ ଆସନ୍ତା ୭ ତାରିଖରୁ ବାଇଡେନ୍‌ ଭାରତ ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୯-୧୦ […]

Samaya Live Picture
Published On

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେନାହିଁ ବୋଲି ଚୀନ୍‌ ସ୍ପଷ୍ଟ କରିସାରିଛି। ତେବେ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଜିନପିଙ୍ଗଙ୍କ ଅନୁପସ୍ଥିତି ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ବାଇଡେନ କହିଥିଲେ ଯେ ଜିନପିଙ୍ଗ ଜି-୨୦ ସମ୍ମିଳନୀରେ ଯୋଗ‌‌ ଦେବେ ବୋଲି ମୁଁ ଆଶା କରୁଛି। ଉ‌ଲ୍ଲେଖଯୋଗ୍ୟ ଯେ ଆସନ୍ତା ୭ ତାରିଖରୁ ବାଇଡେନ୍‌ ଭାରତ ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୯-୧୦ ଜି-୨୦ ସମ୍ମିଳନୀ ହେବ। ୮ ତାରିଖ ଦିନ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ତେବେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଜାଗାରେ ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସମ୍ମିଳନୀରେ ଯୋଗ ଦେବେ।

Tags: