ଜି୨୦ ସଫଳତା ଭାରତର କୃତିତ୍ବ: ବ୍ରାଜିଲ

ନୂଆଦିଲ୍ଲୀ : ଜି୨୦ ନୂଆଦିଲ୍ଲୀ ଘୋଷଣାନାମା ପାଇଁ ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ସାହାଯ୍ୟ କରିଥିଲେ। କିନ୍ତୁ ସବୁ ଦେଶକୁ ସହମତିରେ ପହଞ୍ଚାଇ ‘ଅନ୍ତିମ ସଫଳତା’ ପ୍ରାପ୍ତ କରିବା ଭାରତ ପାଇଁ ସମ୍ଭବ ହୋଇଥିଲା ବୋଲି ବ୍ରାଜିଲ ବିଦେଶ ମନ୍ତ୍ରୀ ମୌରୋ ଭିଏରା କହିଛନ୍ତି। ଶୁକ୍ରବାର ନ୍ୟୁୟର୍କରେ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍‌ଏ) ମନ୍ତ୍ରୀ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଭିଏରା କହିଲେ ଯେ, ଆଇବିଏସ୍‌ଏ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଗୋଷ୍ଠୀ, […]

Samaya Live Picture
Published On

ନୂଆଦିଲ୍ଲୀ : ଜି୨୦ ନୂଆଦିଲ୍ଲୀ ଘୋଷଣାନାମା ପାଇଁ ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ସାହାଯ୍ୟ କରିଥିଲେ। କିନ୍ତୁ ସବୁ ଦେଶକୁ ସହମତିରେ ପହଞ୍ଚାଇ ‘ଅନ୍ତିମ ସଫଳତା’ ପ୍ରାପ୍ତ କରିବା ଭାରତ ପାଇଁ ସମ୍ଭବ ହୋଇଥିଲା ବୋଲି ବ୍ରାଜିଲ ବିଦେଶ ମନ୍ତ୍ରୀ ମୌରୋ ଭିଏରା କହିଛନ୍ତି। ଶୁକ୍ରବାର ନ୍ୟୁୟର୍କରେ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍‌ଏ) ମନ୍ତ୍ରୀ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଭିଏରା କହିଲେ ଯେ, ଆଇବିଏସ୍‌ଏ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଗୋଷ୍ଠୀ, ଯେଉଁମାନେ ବିଶ୍ୱ ଅନୁଷ୍ଠାନିକ ସଂସ୍କାରର ଏକ ସାଧାରଣ ଲକ୍ଷ୍ୟ ସେୟାର କରିଥାନ୍ତି ଏବଂ ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରନ୍ତି।
ଭାରତ ବିରୋଧରେ କାନାଡାର ଅଭିଯୋଗ ଉପରେ ଭିଏରା କହିଲେ ଯେ, ଏହି ପ୍ରସଙ୍ଗରେ ତାଙ୍କ ଦେଶର କୌଣସି ଆଭିମୁଖ୍ୟ ନାହିଁ ଏବଂ ଏହା ଭାରତ ଓ କାନାଡ଼ାର ଦ୍ୱିପାକ୍ଷିକ ବିଷୟ। ଆଇବିଏସ୍‌ଏ ଏକ ମଞ୍ଚ ନୁହେଁ, ଯେଉଁଠି ଏ ବିଷୟରେ ଆଲୋଚନା କରାଯାଇପାରିବ। ଆମେ ବିଭିନ୍ନ ଆନ୍ତର୍ଜାତୀୟ ଫୋରମରେ ଆମର ସାଧାରଣ ସ୍ଥିତି ବିଷୟରେ ଆଲୋଚନା କରିପାରିବା ଏବଂ ଆମେ ଅନ୍ୟ ଦେଶ ସହିତ ସହଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିପାରିବା।

Tags: