ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସୂରଜ ପଞ୍ଚୋଲି ଦୋଷମୁକ୍ତ

ନୂଆଦିଲ୍ଲୀ : ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ଅଭିନେତା ସୂରଜ ପଞ୍ଚୋଲି ଦୋଷମୁକ୍ତ ହୋଇଛନ୍ତି। ମୁମ୍ବାଇରେ ଆଜି ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସୂରଜ ପଞ୍ଚୋଲିଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରିଛନ୍ତି। ଫିଲ୍ମଷ୍ଟାର ସୁରଜ ପଞ୍ଚୋଲି ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଜିଆ ଖାନଙ୍କୁ ଆତ୍ମହତ୍ୟା ପାଇଁ ଉଷୁକାଇଥିବା ଅଭିଯୋଗରେ ବିଚାରଣ ସାମ୍ନା କରୁଥିଲେ। ତେବେ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଏଏସ୍ ସୟିଦ କହିଛନ୍ତି, ପ୍ରମାଣ ଅଭାବରୁ ସୂରଜ ପଞ୍ଚୋଲିଙ୍କୁ ଏହି ମାମଲାରୁ ଦୋଷମୁକ୍ତ […]

Samaya Live Picture
Published On

ନୂଆଦିଲ୍ଲୀ : ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ଅଭିନେତା ସୂରଜ ପଞ୍ଚୋଲି ଦୋଷମୁକ୍ତ ହୋଇଛନ୍ତି। ମୁମ୍ବାଇରେ ଆଜି ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସୂରଜ ପଞ୍ଚୋଲିଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରିଛନ୍ତି। ଫିଲ୍ମଷ୍ଟାର ସୁରଜ ପଞ୍ଚୋଲି ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଜିଆ ଖାନଙ୍କୁ ଆତ୍ମହତ୍ୟା ପାଇଁ ଉଷୁକାଇଥିବା ଅଭିଯୋଗରେ ବିଚାରଣ ସାମ୍ନା କରୁଥିଲେ। ତେବେ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଏଏସ୍ ସୟିଦ କହିଛନ୍ତି, ପ୍ରମାଣ ଅଭାବରୁ ସୂରଜ ପଞ୍ଚୋଲିଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରାଯାଉଛି। ୨୫ ବର୍ଷୀୟା ଆମେରିକୀୟ ନାଗରିକ ଜିଆ ଖାନ୍ ୨୦୧୩ ଜୁନ୍ ୩ ତାରିଖରେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଦେଇଥିଲେ। ମୃତ୍ୟୁ ପୂର୍ବରୁ ଅଭିନେତ୍ରୀ ଜିଆ ଖାନ୍ ୬ ପୃଷ୍ଠାର ଏକ ଚିଠି ଲେଖି ଯାଇଥିଲେ। ଏହି ଚିଠି ଆଧାରରେ ପଞ୍ଚୋଲିଙ୍କୁ ଗିରଫ କରାଯାଇଥିଲା । ଜିଆ ଖାନଙ୍କୁୂ ସେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ହୋଇଥିଲା।

Tags: