ଜାହାଜ ଆକ୍ରମଣକାନ୍ରୀଙ୍କୁ ସମୁଦ୍ର ଗର୍ଭରୁ ବି ଖୋଜି ବାହାର କରିବୁ
ନୂଆଦିଲ୍ଲୀ : ମର୍ଚାଣ୍ଟ୍ ନୌସେନା ଜାହାଜ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଭାରତ ଖୋଜି ବାହାର କରିବ। ଦରକାର ପଡ଼ିଲେ ଭାରତ ସମୁଦ୍ର ଗର୍ଭରୁ ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଆରବ ସାଗରରେ ଏମ୍ଭି ଚେମ ପ୍ଲୁଟୋ ଉପରେ ଡ୍ରୋନ୍ ଆକ୍ରମଣ ଏବଂ ଲୋହିତ ସାଗରରେ ଏମ୍ଭି ସାଇ ବାବା ଉପରେ ଡ୍ରୋନ୍ ଆକ୍ରମଣକୁ ସରକାର ଅତି ଗମ୍ଭୀରତାର ସହ […]
ନୂଆଦିଲ୍ଲୀ : ମର୍ଚାଣ୍ଟ୍ ନୌସେନା ଜାହାଜ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଭାରତ ଖୋଜି ବାହାର କରିବ। ଦରକାର ପଡ଼ିଲେ ଭାରତ ସମୁଦ୍ର ଗର୍ଭରୁ ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଆରବ ସାଗରରେ ଏମ୍ଭି ଚେମ ପ୍ଲୁଟୋ ଉପରେ ଡ୍ରୋନ୍ ଆକ୍ରମଣ ଏବଂ ଲୋହିତ ସାଗରରେ ଏମ୍ଭି ସାଇ ବାବା ଉପରେ ଡ୍ରୋନ୍ ଆକ୍ରମଣକୁ ସରକାର ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ବୋଲି ରାଜନାଥ କହିଛନ୍ତି। ନୌହସେନା ଅପରେସନ୍ ଆରମ୍ଭ କରି ସାରିଛି। ଯିଏ ବି ଆକ୍ରମଣ କରିଛି ଆମେ ତାକୁ ସାଗର ଗର୍ଭରୁ ଖୋଜି ବାହାର କରିବୁ ବୋଲି ରାଜନାଥ କହିଛନ୍ତି। ୨ ଦିନ ତଳେ ଏମ୍ଭି ଚେମ୍ ପ୍ଲୁଟୋ ଡ୍ରୋନ୍ ଆକ୍ରମଣର ଶିକାର ହୋଇଛି ବୋଲି ନୌସେନା ସ୍ପଷ୍ଟ କରିବାପରେ ରାଜନାଥ ଏହି ଟିପ୍ପଣୀ ଦେଇଛନ୍ତି।




