ଜାମିନ ପାଇଁ ଜେଲରେ ଆମ୍ବ ଖାଉଛନ୍ତି ଅରବିନ୍ଦ କେଜ୍ରିୱାଲ : ଇଡି
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର କୋର୍ଟରେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ମଧୁମେହ ରୋଗ ଅଛି। କିନ୍ତୁ ଜାମିନ ପାଇବାପାଇଁ ସେ ତାଙ୍କ ରକ୍ତସର୍କରା ସ୍ତର ବଢ଼ାଇବାକୁ ପ୍ରତିଦିନ ଆମ୍ବ, ଆଲୁପୁରି ଏବଂ ମିଠା ଖାଉଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ତାଙ୍କର ଅସୁସ୍ଥତା ପାଇଁ ଡାକ୍ତର ପରାମର୍ଶ ନେବାପାଇଁ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ଆଜି ଇଡି କୋର୍ଟଙ୍କୁ କହିଛନ୍ତି ଯେ କେଜ୍ରିୱାଲ […]
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର କୋର୍ଟରେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ମଧୁମେହ ରୋଗ ଅଛି। କିନ୍ତୁ ଜାମିନ ପାଇବାପାଇଁ ସେ ତାଙ୍କ ରକ୍ତସର୍କରା ସ୍ତର ବଢ଼ାଇବାକୁ ପ୍ରତିଦିନ ଆମ୍ବ, ଆଲୁପୁରି ଏବଂ ମିଠା ଖାଉଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ତାଙ୍କର ଅସୁସ୍ଥତା ପାଇଁ ଡାକ୍ତର ପରାମର୍ଶ ନେବାପାଇଁ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ଆଜି ଇଡି କୋର୍ଟଙ୍କୁ କହିଛନ୍ତି ଯେ କେଜ୍ରିୱାଲ ଆମ୍ବ ଖାଇ ନିଜ ସୁଗାର ବଢ଼ାଉଛନ୍ତି। ଇଡିର ପକ୍ଷ ଶୁଣିବା ପରେ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷମାନଙ୍କଠାରୁ କେଜ୍ରିୱାଲଙ୍କର ଖାଦ୍ୟ ରିପୋର୍ଟ ମାଗିଛନ୍ତି। କୋର୍ଟ ମଧ୍ୟ କେଜ୍ରିୱାଲଙ୍କ ଓକିଲଙ୍କଠାରୁ କେଜ୍ରିୱାଲଙ୍କ ଖାଦ୍ୟ ଚାର୍ଟ ମଗାଇଛନ୍ତି। କେଜ୍ରିୱାଲ ଟାଇପ ୨ ଡାଇବେଟିସରେ ପୀଡ଼ିତ। ଶୁଣାଣି ସମୟରେ ଇଡି ଦାବି କରିଛି ଯେ କେଜ୍ରିୱାଲଙ୍କୁ ଘର ଖାଦ୍ୟ ଖାଇବାକୁ ଅନୁମତି ମିଳିଛି। କିନ୍ତୁ କେଜ୍ରିୱାଲ ନିଜର ଜାମିନ କରାଇବାପାଇଁ ଅଧିକ ସୁଗାର ଥିବା ଖାଦ୍ୟ ଖାଉଛନ୍ତି। କେଜ୍ରିୱାଲଙ୍କ ମେଡିକାଲ ରିପୋର୍ଟ ଦର୍ଶାଇ ଇଡି କହିଛି ଯେ କେଜ୍ରିୱାଲଙ୍କୁ ଏପ୍ରିଲ ୧ ତାରିଖରେ ଜେଲ ଆଣିବାବେଳେ ତାଙ୍କ ରକ୍ତ ସର୍କରା ସ୍ତର ୧୩୯ ଥିଲା କିନ୍ତୁ ଏପ୍ରିଲ ୧୪ ସକାଳେ କେଜ୍ରିୱାଲଙ୍କ ରକ୍ତ ସର୍କରା ସ୍ତର ୨୭୬ ଥିଲା।




