ଜାପାନରେ ୨ ଥର ଭୂକମ୍ପ
ନୂଆଦିଲ୍ଲୀ : ଜାପାନରେ ଆଜି ୬.୫ ଏବଂ ୫.୦ ତୀବ୍ରତାର ୨ ଥର ଭୂକମ୍ପ ହୋଇଛି। ଅପରାହ୍ନ ୨.୪୫ରେ ୬.୫ ତୀବ୍ରତାର ଭୂକମ୍ପ ହୋଇଥିବାବେଳେ ଏହାର କିଛି ସମୟ ପରେ ଅପରାହ୍ନ ୩.୦୭ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଥିଲା। ପ୍ରଥମ ଭୂକମ୍ପର କେନ୍ଦ୍ରସ୍ଥଳ କୁରିଲ ଉପଦ୍ବୀପର ଦକ୍ଷିଣପୂର୍ବ ଉପକୂଳରେ। ୨୩.୮ କିମି ଗଭୀରତାରେ ପ୍ରଥମ ଭୂକମ୍ପ ହୋଇଥିବାବେଳେ ଦ୍ବିତୀୟ ଭୂକମ୍ପ ୪୦ କିମି ଗଭୀରତାରେ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଜାପାନରେ ଚଳିତ ବର୍ଷ ଅନେକ ଭୂକମ୍ପ […]
ନୂଆଦିଲ୍ଲୀ : ଜାପାନରେ ଆଜି ୬.୫ ଏବଂ ୫.୦ ତୀବ୍ରତାର ୨ ଥର ଭୂକମ୍ପ ହୋଇଛି। ଅପରାହ୍ନ ୨.୪୫ରେ ୬.୫ ତୀବ୍ରତାର ଭୂକମ୍ପ ହୋଇଥିବାବେଳେ ଏହାର କିଛି ସମୟ ପରେ ଅପରାହ୍ନ ୩.୦୭ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଥିଲା। ପ୍ରଥମ ଭୂକମ୍ପର କେନ୍ଦ୍ରସ୍ଥଳ କୁରିଲ ଉପଦ୍ବୀପର ଦକ୍ଷିଣପୂର୍ବ ଉପକୂଳରେ। ୨୩.୮ କିମି ଗଭୀରତାରେ ପ୍ରଥମ ଭୂକମ୍ପ ହୋଇଥିବାବେଳେ ଦ୍ବିତୀୟ ଭୂକମ୍ପ ୪୦ କିମି ଗଭୀରତାରେ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଜାପାନରେ ଚଳିତ ବର୍ଷ ଅନେକ ଭୂକମ୍ପ ହୋଇଛି। ଚଳିତ ମାସ ଆରମ୍ଭରେ ମଧ୍ୟ ଜାପାନରେ ଭୂକମ୍ପ ହୋଇଥିଲା।




