ଜାପାନରେ ଜି-୭ ସମ୍ମିଳନୀରେ ଯୋଗ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନର ହିରୋସିମାରେ ଜି-୭ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଜି-୭ ସମ୍ମିଳନୀରେ ପହଞ୍ଚିବାପରେ ମୋଦୀଙ୍କୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ସ୍ବାଗତ କରିଛନ୍ତି। ଏହି ଅବସରରେ ମୋଦୀ କିଶିଡ଼ାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ମୋଦୀ ଆଜି ଜାପାନର ପ୍ରମୁଖ ଲେଖକ ଟୋମିଓ ମିଜୋକାମିଙ୍କୁ ଭେଟିଛନ୍ତି। ଏହି ଅବସରରେ ମୋଦୀ ଭିଏତନାମ ରାଷ୍ଟ୍ରପତି ଏବଂ ରିପବ୍ଲିକ ଅଫ କୋରିଆର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି। ମୋଦୀ ମଧ୍ୟ ଆଜି ହିରୋସିମାରେ ଭାରତୀୟ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନର ହିରୋସିମାରେ ଜି-୭ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଜି-୭ ସମ୍ମିଳନୀରେ ପହଞ୍ଚିବାପରେ ମୋଦୀଙ୍କୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ସ୍ବାଗତ କରିଛନ୍ତି। ଏହି ଅବସରରେ ମୋଦୀ କିଶିଡ଼ାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ମୋଦୀ ଆଜି ଜାପାନର ପ୍ରମୁଖ ଲେଖକ ଟୋମିଓ ମିଜୋକାମିଙ୍କୁ ଭେଟିଛନ୍ତି। ଏହି ଅବସରରେ ମୋଦୀ ଭିଏତନାମ ରାଷ୍ଟ୍ରପତି ଏବଂ ରିପବ୍ଲିକ ଅଫ କୋରିଆର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି। ମୋଦୀ ମଧ୍ୟ ଆଜି ହିରୋସିମାରେ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିଛନ୍ତି।
ମୋଦୀ ଏବେ ୩ ରାଷ୍ଟ୍ର ଗସ୍ତ କରିବେ। ଜାପାନ, ପାପୁଆ ନ୍ୟୁଗିନି ଏବଂ ଅଷ୍ଟ୍ରେଲିଆରେ ମୋଦୀ ୪୦ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ୨୦ରୁ ଅଧିକ ବିଶ୍ବନେତାଙ୍କ ସହ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ। ହି‌ରୋସିମାରେ ମୋଦୀ ମେ’ ୨୧ ପର୍ଯ୍ୟନ୍ତ ରହିବେ। ଖାଦ୍ୟ, କୀଟନାଶକ ଏବଂ ଶକ୍ତି ସୁରକ୍ଷା‌ ଭଳି ବୈଶ୍ବିକ ଚ୍ୟାଲେଂଜ ପ୍ରସଙ୍ଗରେ ସେ ଅନ୍ୟ ବିଶ୍ବ ନେତାଙ୍କ ସହ କଥା ହେବେ। ଜାପାନ ଏବେ ଜି-୭ ସମ୍ମିଳନୀ ଆୟୋଜନ କରୁଥିବା ବେଳେ ଜି-୭‌ରେ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ ଏବଂ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସଂଘ ଅଛନ୍ତି। ମୋଦୀ ଜାପାନ ଗସ୍ତରେ ଯିବା ପୂର୍ବରୁ କହିଛନ୍ତି, ଭାରତ ଚଳିତ ବର୍ଷ ଜି-୨୦ର ଅଧ୍ୟକ୍ଷତା‌ କରୁଥିବାରୁ ଜି-୭ରେ ମୋର ଉପସ୍ଥିତି ନିର୍ଦ୍ଦିଷ୍ଟ ଭାବେ ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ବିଶ୍ବ ସାମ୍ନା କରୁଥିବା ବିଭିନ୍ନ ଚ୍ୟାଲେଂଜ ସଂକ୍ରାନ୍ତରେ ମୋଦୀ ଜି-୭ ରାଷ୍ଟ୍ର ଏବଂ ଅନ୍ୟ ଆମନ୍ତ୍ରିତ ରାଷ୍ଟ୍ର ନେତାମାନଙ୍କ ସହ ଆଲୋଚନା କରିବେ। ଜି-୭ ସମ୍ମିଳନୀ ଅସବରରେ ମୋଦୀ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେତଲେନସ୍କିଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଜାପାନରେ ପହଞ୍ଚିବାପରେ ମୋଦୀ ଜାପାନରୁ ଚୀନ୍‌ ଏବଂ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। ନିକି ଏସିଆକୁ ଏକ ସାକ୍ଷାତକାର ଦେଇ ମୋଦୀ କହିଛନ୍ତି, ଭାରତ ପାକିସ୍ତାନ ସହ ସ୍ବାଭାବିକ ଏବଂ ସହଯୋଗମୂଳକ ସମ୍ପର୍କ ଚାହେ କିନ୍ତୁ ପାକିସ୍ତାନ ଆତଙ୍କବାଦ ମୁକ୍ତ ପରିବେଶ ସୃଷ୍ଟି କରି ଏଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ। ସେହିପରି ଚୀନ୍‌ ସହ ଦ୍ବିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ମୋଦୀ କହିଛନ୍ତି, ଚୀନ୍‌ ସହ ସ୍ବାଭାବିକ ସମ୍ପର୍କ ପାଇଁ ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିତାବସ୍ଥା ବଜାୟ ରଖିବା ଜରୁରୀ ।ଜାପାନରୁ ମୋଦୀ ମେ’ ୨୨ରେ ପପୁଆ‌ ନ୍ୟୁଗିନି ଯିବେ। ଏଫଆଇପିଆଇସି (ଫୋରମ ଫର ଇଣ୍ଡିଆ-ପ୍ୟାସିଫିକ ଆଇଲାଣ୍ଡ୍‌ସ କୋଅପରେସନ୍‌)ର ତୃତୀୟ ସମ୍ମିଳନୀରେ ମୋଦୀ ଯୋଗ ଦେବେ। ମେ’ ୨୨ରୁ ୨୪ ପର୍ଯ୍ୟନ୍ତ ମୋଦୀ ଅଷ୍ଟ୍ରେଲିଆ ଗସ୍ତ କରିବେ।

Tags: