ଜାପାନରୁ ପପୁଆ ନ୍ୟୁ ଗିନି ଗଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ ଶେଷ କରି ଆଜି ପପୁଆ ନ୍ୟୁ ଗିନି ଯାଇଛନ୍ତି। ଜାପାନରେ ଜି-୭ ସମ୍ମିଳନୀରେ ଯୋଗ ଦେବାପରେ ମୋଦୀ ତାଙ୍କ ୩ ରାଷ୍ଟ୍ର ଯାତ୍ରା ଅନ୍ତର୍ଗତ ଆଜି ପପୁଆ ନ୍ୟୁ ଗିନି ଯାଇଛନ୍ତି। ମୋଦୀଙ୍କ ଜାପାନ ଗସ୍ତ ସଫଳ ହୋଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ବିଟ୍ କରି କୁହାଯାଇଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଆଜି ପପୁଆ ନ୍ୟୁ ଗିନି ଗସ୍ତ କରିଛନ୍ତି। […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ ଶେଷ କରି ଆଜି ପପୁଆ ନ୍ୟୁ ଗିନି ଯାଇଛନ୍ତି। ଜାପାନରେ ଜି-୭ ସମ୍ମିଳନୀରେ ଯୋଗ ଦେବାପରେ ମୋଦୀ ତାଙ୍କ ୩ ରାଷ୍ଟ୍ର ଯାତ୍ରା ଅନ୍ତର୍ଗତ ଆଜି ପପୁଆ ନ୍ୟୁ ଗିନି ଯାଇଛନ୍ତି। ମୋଦୀଙ୍କ ଜାପାନ ଗସ୍ତ ସଫଳ ହୋଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ବିଟ୍ କରି କୁହାଯାଇଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଆଜି ପପୁଆ ନ୍ୟୁ ଗିନି ଗସ୍ତ କରିଛନ୍ତି। ଜାପାନର ହିରୋସିମାରେ ଗତକାଲି ଜି-୭ ବୈଠକ ହୋଇଛି। ଜ-୭ ରାଷ୍ଟ୍ର ତଥା ଆମେରିକା, ଜାପାନ, ଜର୍ମାନୀ, ବ୍ରିଟେନ , ଫ୍ରାନ୍ସ, ଇଟାଲି ଏବଂ କାନାଡ଼ାର ନେତାମାନେ ଏହି ସମ୍ମିଳନୀରେ ଏକଜୁଟ ହୋଇଥିଲେ। ସମ୍ମିଳନୀରେ ଜି-୭ ରାଷ୍ଟ୍ରମାନେ ଚୀନ୍ ଉପରେ ଚାପ ପକାଇଛନ୍ତି। ୟୁକ୍ରେନରେ ରୁଷ୍ର ଆକ୍ରମଣ ଏବଂ ଚୀନ୍ର ତାଇୱାନ ନୀତିକୁ ନେଇ ଜି- ୭ ରାଷ୍ଟ୍ରଗୁଡ଼ିକ ପ୍ରବଳ ଚାପରେ ରହିଛନ୍ତି। ଜି-୭ ରାଷ୍ଟ୍ରଗୁଡ଼ିକ ଆଜି ଏକ ମିଳିତ ବିବୃତି ଜାରି କରି କହିଛନ୍ତି, ସେମାନେ ଚୀନ୍ର କୌଣସି କ୍ଷତି ପହଞ୍ଚାଇବାକୁ ଚାହାନ୍ତିନି। ସେମାନେ ଚୀନ୍ ସହ ଏକ ସ୍ଥିର ସମ୍ପର୍କ ଚାହାନ୍ତି। ରୁଷ୍ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାପାଇଁ ଏବଂ ତତ୍କାଳ ୟୁକ୍ରେନରୁ ଏହାର ସୈନ୍ୟ ପ୍ରତ୍ୟାହାର କରିବାପାଇଁ ଚୀନ୍ ରୁଷ୍ ଉପରେ ଚାପ ପକାଉ ବୋଲି ବିବୃତିରେ କୁହାଯାଇଛି। ମୋଦୀ ଜି-୭ ସମ୍ମିଳନୀରେ ଏକ ୧୦ ସୂତ୍ରୀ ଆହ୍ବାନ ଦେଇଛନ୍ତି। ଜି-୭ ନେତାଙ୍କୁ ପରାମର୍ଶ ଦେଇ ମୋଦୀ କହିଛନ୍ତି, ନାମମାତ୍ର ଚାଷୀଙ୍କ କଲ୍ୟାଣ ସମେତ ଅତି ଗରିବଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଇବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବା। ପୁଷ୍ଟିକର ମିଲେଟ୍କୁ ଗ୍ରହଣ କରିବାପାଇଁ ମୋଦୀ କହିଛନ୍ତି। ଖାଦ୍ୟ ସୁରକ୍ଷା ପାଇଁ ଖାଦ୍ୟ ନଷ୍ଟ ବନ୍ଦ କରିବାକୁ ପଡ଼ିବ। ବୈଶ୍ବିକ ସାର ଯୋଗାଣକୁ ରାଜନୀତିରୁ ମୁକ୍ତ କରାଯାଉ। କୀଟନାଶକର ବିକଳ୍ପ ବ୍ୟବସ୍ଥା କରାଯାଉ। ଏକ ସ୍ଥାୟୀ ସ୍ବାସ୍ଥ୍ୟସେବାର ବିକାଶ କରାଯାଉ। ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଆପଣାଇବାପାଇଁ ମୋଦୀ ଆହ୍ବାନ କରିଛନ୍ତି। ବିକାଶଶୀଳ ରାଷ୍ଟ୍ରର ଆବଶ୍ୟକତା ଅନୁଯାୟୀ ବିକାଶ ମଡେଲ୍ ନିର୍ମାଣ ପାଇଁ ମୋଦୀ କହିଛନ୍ତି।




