ଜାନୁଆରି ୨୨ ରାମ ମନ୍ଦିର ଉଦ୍ଘାଟନ ଉତ୍ସବରେ ଯୋଗ ଦେବେନି ମମତା ବାନାର୍ଜୀ ଏବଂ ତାଙ୍କ ଦଳ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ଜାନୁଆରି ୨୨ ତାରିଖ ରାମ ମନ୍ଦିର ଉଦ୍ଘାଟନ ଉତ୍ସବରେ ଯୋଗ ଦେବେନାହିଁ। ମମତାଙ୍କ ଦଳ ଟିଏମ୍ସି (ତୃଣମୂଳ କଂରଗ୍ରେସ) ମଧ୍ୟ ଉତ୍ସବକୁ କୌଣସି ପ୍ରତିନିଧି ପଠାଇବନି। ତେବେ ସରକାରୀ ଭାବେ ଟିଏମ୍ସି ଏହାର ନିଷ୍ପତ୍ତି ଘୋଷଣା କରିନାହିଁ। ରାମ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କୁ ଉତ୍ସବ ପାଇଁ ନିମନ୍ତ୍ରଣ ପଠାଇବାପରେ ମମତା ଏବଂ ତାଙ୍କ ଦଳ ଉତ୍ସବରେ […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ଜାନୁଆରି ୨୨ ତାରିଖ ରାମ ମନ୍ଦିର ଉଦ୍ଘାଟନ ଉତ୍ସବରେ ଯୋଗ ଦେବେନାହିଁ। ମମତାଙ୍କ ଦଳ ଟିଏମ୍ସି (ତୃଣମୂଳ କଂରଗ୍ରେସ) ମଧ୍ୟ ଉତ୍ସବକୁ କୌଣସି ପ୍ରତିନିଧି ପଠାଇବନି। ତେବେ ସରକାରୀ ଭାବେ ଟିଏମ୍ସି ଏହାର ନିଷ୍ପତ୍ତି ଘୋଷଣା କରିନାହିଁ। ରାମ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କୁ ଉତ୍ସବ ପାଇଁ ନିମନ୍ତ୍ରଣ ପଠାଇବାପରେ ମମତା ଏବଂ ତାଙ୍କ ଦଳ ଉତ୍ସବରେ ଯୋଗ ଦେବେନାହିଁ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ସିପିଆଇଏମ୍ ସାଧାରଣ ସଚିବ ସୀତାରାମ ୟେଚୁରି ମଧ୍ୟ ଉତ୍ସବରେ ଯୋଗ ଦେବା ସଂକ୍ରାନ୍ତ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ୟେଚୁରୀ କହିଥିଲେ ଧର୍ମ ହେଉଛି ଏକ ବ୍ୟକ୍ତିଗତ ପସନ୍ଦ। ଏହାକୁ ରାଜନୈତିକ ଫାଇଦା ପାଇଁ ରୂପାନ୍ତରଣ କରାଯାଇପାରିବନି। ଏକ୍ସରେ ଏକ ପୋଷ୍ଟ୍ କରି ୟେଚୁରିଙ୍କ ଦଳ ବିଜେପି ଏବଂ ଆରଏସଏସକୁ ଏକ ଧାର୍ମିକ ଉତ୍ସବକୁ ରାଜ୍ୟ ପରିଚାଳିତ କାର୍ଯ୍ୟକ୍ରମରେ ପରିଣତ କରିଥିବାରୁ କଡ଼ା ନିନ୍ଦା କରିଛି। ଉଲ୍ଲେଖଯୋଗ୍ୟ ଯେ ନବ ନିର୍ମିତ ରାମ ମନ୍ଦିର ଆସନ୍ତା ଜାନୁଆରି ୨୨ ତାରିଖରେ ଉଦ୍ଘାଟନ ହେବ। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରାୟ ୬ ହଜାର ଲୋକ ଯୋଗ ଦେବେ।

Tags: