ଜାନୁଆରି ୨୨ରେ ରାମ ମନ୍ଦିର ଉଦ୍ଘାଟନ
ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ କାର୍ଯ୍ୟକର୍ତ୍ତା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା ହୋଇଛି। ୨୨ ଜାନୁଆରି ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମଧ୍ୟ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି- ‘ଜୟ ସିୟାରାମ ! ଆଜିର ଦିନ ବହୁତ ଭାବନାରେ ଭରିଯାଇଛି। ଏବେ […]
ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ କାର୍ଯ୍ୟକର୍ତ୍ତା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା ହୋଇଛି। ୨୨ ଜାନୁଆରି ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମଧ୍ୟ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି- ‘ଜୟ ସିୟାରାମ ! ଆଜିର ଦିନ ବହୁତ ଭାବନାରେ ଭରିଯାଇଛି। ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପଦାଧିକାରୀମାନେ ମତେ ମୋର ବାସଭବନରେ ଭେଟି ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ଏଥିପାଇଁ ଧନ୍ୟ ମନେ କରୁଛି’ ବୋଲି ମୋଦୀ କହିଛନ୍ତି। ସୂଚନାଯୋଗ୍ୟ, ତିନି ମହଲା ବିଶିଷ୍ଟ ଅଯୋଧ୍ୟା ରାମ ମନ୍ଦିର ତଳ ମହଲାର ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ପନ୍ନ ହେବ ଏବଂ ଜାନୁଆରି ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ହେବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି।




