ଜାନୁଆରି ୧ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ନିଷିଦ୍ଧ କଲେ ସରକାର
ନୂଆଦିଲ୍ଲୀ: ଶୀତ ଆସିବା ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଯାଇଛି। ଏଥିପାଇଁ ଆପ୍ ସରକାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ବାଣ ନିଷିଦ୍ଧ ଘୋଷଣା କରିଛନ୍ତି। ୨୦୨୫ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ନିଷିଦ୍ଧ ବୋଲି ସରକାର ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲଗାତାର ଭାବେ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ରହୁଛି। ସକାଳ ୯ଟାରେ ଦିଲ୍ଲୀରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୨୨୧ ରହିଛି। ଏନସିଆରରେ ମଧ୍ୟ ଦିଲ୍ଲୀରେ ବାୟୁର […]
ନୂଆଦିଲ୍ଲୀ: ଶୀତ ଆସିବା ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଯାଇଛି। ଏଥିପାଇଁ ଆପ୍ ସରକାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ବାଣ ନିଷିଦ୍ଧ ଘୋଷଣା କରିଛନ୍ତି। ୨୦୨୫ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ନିଷିଦ୍ଧ ବୋଲି ସରକାର ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲଗାତାର ଭାବେ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ରହୁଛି। ସକାଳ ୯ଟାରେ ଦିଲ୍ଲୀରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୨୨୧ ରହିଛି। ଏନସିଆରରେ ମଧ୍ୟ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ୍ ରହୁଛି। ଗାଜିଆବାଦରେ ୨୬୫, ନଏଡ଼ାରେ ୨୪୩, ଗ୍ରେଟର ନଏଡ଼ାରେ ୨୨୮, ଗୁରୁଗ୍ରାମରେ ୧୬୯ ଏବଂ ଫରିଦାବାଦରେ ଏକ୍ୟୁଆଇ ୧୭୭ ରହିଛି। ଏକ୍ୟୁଆଇ ଶୂନରୁ ୫୦ ମଧ୍ୟରେ ରହିବା ହେଉଛି ଭଲ ଶ୍ରେଣୀ। ତେବେ ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟମ ଧରଣର, ୨୦୧ରୁ ୩୦୦ ଖରାପ୍, ୩୦୧ରୁ ୪୦୦ ଅତି ଖରାପ୍ ଏବଂ ୪୦୧ରୁ ୫୦୦ ଅତି ସାଂଘାତିକ।




