ଜାନୁଆରି ୧୫ରୁ ୨୦ ମଧ୍ୟରେ ହୋଇପାରେ ମୁମ୍ବାଇ ମହାନଗର ନିର୍ବାଚନ

ମୁମ୍ବାଇ : ମୁମ୍ବାଇ ମହାନଗର ନିର୍ବାଚନ ନଭେମ୍ବର ୧୫ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବ। ଏହାପରେ ଡିସେମ୍ବର ୧୫ରୁ ୨୦ ମଧ୍ୟରେ ଜିଲ୍ଲା‌ ପରିଷଦ ନିର୍ବାଚନ ଏବଂ ଜାନୁଆରୀ ୧୫ରେ ମହାନଗର ନିଗମ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ରାଜ୍ୟ ନିର୍ବାଚନ ଆୟୋଗ ବିଏମସି ନିର୍ବାଚନ ପାଇଁ ୱାର୍ଡ଼ ସୀମା ପୁନଃ ନିର୍ଦ୍ଧାରଣକୁ ସ୍ବୀକୃତି ଦେଇଛନ୍ତି। ଏହାକୁ ମହାରାଷ୍ଟ୍ର ସରକାରଙ୍କ ଗେଜେଟରେ ପ୍ରକାଶନ ପରେ ସେହିଦିନ ବିଏମ୍‌ସି ୱେବସାଇଟରେ ଅପଲୋଡ କରାଯିବ ବୋଲି ସୋମବାର ଜଣେ ଅଧିକାରୀ ସୂଚନା […]

ଜାନୁଆରି ୧୫ରୁ ୨୦ ମଧ୍ୟରେ ହୋଇପାରେ ମୁମ୍ବାଇ ମହାନଗର ନିର୍ବାଚନ
Samaya Live Picture
Published On

ମୁମ୍ବାଇ : ମୁମ୍ବାଇ ମହାନଗର ନିର୍ବାଚନ ନଭେମ୍ବର ୧୫ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବ। ଏହାପରେ ଡିସେମ୍ବର ୧୫ରୁ ୨୦ ମଧ୍ୟରେ ଜିଲ୍ଲା‌ ପରିଷଦ ନିର୍ବାଚନ ଏବଂ ଜାନୁଆରୀ ୧୫ରେ ମହାନଗର ନିଗମ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ରାଜ୍ୟ ନିର୍ବାଚନ ଆୟୋଗ ବିଏମସି ନିର୍ବାଚନ ପାଇଁ ୱାର୍ଡ଼ ସୀମା ପୁନଃ ନିର୍ଦ୍ଧାରଣକୁ ସ୍ବୀକୃତି ଦେଇଛନ୍ତି। ଏହାକୁ ମହାରାଷ୍ଟ୍ର ସରକାରଙ୍କ ଗେଜେଟରେ ପ୍ରକାଶନ ପରେ ସେହିଦିନ ବିଏମ୍‌ସି ୱେବସାଇଟରେ ଅପଲୋଡ କରାଯିବ ବୋଲି ସୋମବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ମହାରାଷ୍ଟ୍ରରେ ବର୍ତ୍ତମାନ ବିଜେପି, ଏନସିପି ଏବଂ ଶିବସେନା ମେଣ୍ଟ କ୍ଷମତାରେ ଅଛି। ଉଦ୍ଧବଙ୍କ ଦଳ ବିରୋଧୀ ମେଣ୍ଟରେ କଂଗ୍ରେସ ଏବଂ ଏନସିପି (ଏସପି) ସହିତ ରହିଛି। ମହାରାଷ୍ଟ୍ରରେ ଆଗକୁ ପୌର ନିର୍ବାଚନ ଥିବାବେଳେ ଏହା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ବହୁ ଦିନ‌ ପରେ ଏକାଠି କରିଛି। ଦୁହେଁ ପୌର ନିର୍ବାଚନ ପୂର୍ବରୁ ମେଣ୍ଟ କରିବା ନେଇ ଆଲୋଚନା ହେଉଛି। ଦୁଇ ସମ୍ପର୍କୀୟ ଭାଇଙ୍କ ମେଣ୍ଟ ଭଲ ପ୍ରଦର୍ଶନ କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ବିଜେପି ଏହାକୁ ଖଣ୍ଡନ କରିଛି। ତେବେ ଜାନୁଆରୀ ୧୫ରେ ବିଏମ୍‌ସି (ବ୍ରିହନମୁମ୍ବାଇ ମହାନଗର ନିଗମ) ସମତେ ସମସ୍ତ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ବୋଲି ଜଣାପଡ଼ିଛି।

Tags: