ଜାନୁଆରି ୧ରୁ ବ୍ରିକ୍ସରେ ଯୋଗ ଦେବେ ୬ ନୂଆ ରାଷ୍ଟ୍ର

ନୂଆଦିଲ୍ଲୀ : ଆସନ୍ତାବର୍ଷ ଜାନୁଆରି ୧ରୁ ୬ଟି ନୂଆ ରାଷ୍ଟ୍ର ବ୍ରିକ୍ସରେ ଯୋଡ଼ିହେବେ। ଏହି ରାଷ୍ଟ୍ରମାନେ ହେଉଛନ୍ତି ଇଜିପ୍ଟ, ଇଥିଓପିଆ, ଇରାନ, ଆର୍ଜେଣ୍ଟିନା, ୟୁଏଇ ଏବଂ ସାଇଦି ଆରବ। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଆଜି ଅପରାହ୍ନରେ ଏହା ଘୋଷଣା କରିଛନ୍ତି। ଜାନୁଆରି ୧ରୁ ନୂଆ ସଦସ୍ୟମାନେ ବ୍ରିକ୍ସରେ ଯୋଡ଼ିହେବେ ବୋଲି ରାମା‌ଫୋସା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବ୍ରିକ୍ସ ସମ୍ପ୍ରସାରଣ ପ୍ରକ୍ରିୟାରେ ସମସ୍ତଙ୍କର ସମର୍ଥନ ରହିଛି। ରାମାଫୋସାଙ୍କ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତାବର୍ଷ ଜାନୁଆରି ୧ରୁ ୬ଟି ନୂଆ ରାଷ୍ଟ୍ର ବ୍ରିକ୍ସରେ ଯୋଡ଼ିହେବେ। ଏହି ରାଷ୍ଟ୍ରମାନେ ହେଉଛନ୍ତି ଇଜିପ୍ଟ, ଇଥିଓପିଆ, ଇରାନ, ଆର୍ଜେଣ୍ଟିନା, ୟୁଏଇ ଏବଂ ସାଇଦି ଆରବ। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଆଜି ଅପରାହ୍ନରେ ଏହା ଘୋଷଣା କରିଛନ୍ତି। ଜାନୁଆରି ୧ରୁ ନୂଆ ସଦସ୍ୟମାନେ ବ୍ରିକ୍ସରେ ଯୋଡ଼ିହେବେ ବୋଲି ରାମା‌ଫୋସା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବ୍ରିକ୍ସ ସମ୍ପ୍ରସାରଣ ପ୍ରକ୍ରିୟାରେ ସମସ୍ତଙ୍କର ସମର୍ଥନ ରହିଛି। ରାମାଫୋସାଙ୍କ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ୬ ରାଷ୍ଟ୍ରଙ୍କୁ ବ୍ରିକ୍ସକୁ ସ୍ବାଗତ କରିଛନ୍ତି। ମୋଦୀ କହିଛନ୍ତି, “ମୁଁ ଏହି ସୁଯୋଗରେ ୬ଟି ଦେଶକୁ ବ୍ରିକ୍ସକୁ ସ୍ୱାଗତ କରୁଛି ଏବଂ ମୁଁ ଏହି ଦେଶର ନେତା ଓ ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଦେଶଗୁଡିକ ସହିତ ଭାରତର ଘନିଷ୍ଠ ସମ୍ପର୍କ, ଐତିହାସିକ ସମ୍ପର୍କ ରହିଛି। ମୁଁ ବିଶ୍ୱାସ କରୁଛି ଯେ ଆମେ ସହଯୋଗ ଏବଂ ସମୃଦ୍ଧିର ଏକ ନୂତନ ଯୁଗ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବୁ। ମିଳିଥିବା ସୂଚନାନୁଯାୟୀ ବ୍ରିକ୍ସରେ ନୂଆ ସଦସ୍ୟଙ୍କୁ ଯୋଡ଼ିବାରେ ଭାରତର ପ୍ରମୁଖ ଭୂମିକା ରହିଛି।

Tags: