ଜାତୀୟ ମହିଳା କମିସନ୍‌ ଅଧ୍ୟକ୍ଷ ହେଲେ ବିଜୟା କିଶୋର ରହାଟକର

ନୂଆଦିଲ୍ଲୀ: ବିଜୟା କିଶୋର ରହାଟକର ଜାତୀୟ ମହିଳା କମିସନ୍‌ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ଆଜି ଏକ ବିଜ୍ଞପ୍ତି ଜାରି କରି ବିଜୟା କିଶୋର ରହାଟକରଙ୍କୁ ଜାତୀୟ ମହିଳା କମିସନ୍‌ର ନବମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ଘୋଷଣା କରିଛନ୍ତି। ସରକାର ମଧ୍ୟ ଅର୍ଚ୍ଚନା ମଜୁମଦାରଙ୍କୁ ଏନସିଡବ୍ଲ୍ୟୁର ଜଣେ ସଦସ୍ୟ ନିଯୁକ୍ତ କରିଛନ୍ତି। ଜାତୀୟ ମହିଳା କମିସନ୍ ଆଇନ, ୧୯୯୦ର ଧାରା ୩ ଅଧୀନରେ ରହାଟକରଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ରହାଟକରଙ୍କ କାର୍ଯ୍ୟକାଳ […]

Samaya Live Picture
Published On

ନୂଆଦିଲ୍ଲୀ: ବିଜୟା କିଶୋର ରହାଟକର ଜାତୀୟ ମହିଳା କମିସନ୍‌ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ଆଜି ଏକ ବିଜ୍ଞପ୍ତି ଜାରି କରି ବିଜୟା କିଶୋର ରହାଟକରଙ୍କୁ ଜାତୀୟ ମହିଳା କମିସନ୍‌ର ନବମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ଘୋଷଣା କରିଛନ୍ତି। ସରକାର ମଧ୍ୟ ଅର୍ଚ୍ଚନା ମଜୁମଦାରଙ୍କୁ ଏନସିଡବ୍ଲ୍ୟୁର ଜଣେ ସଦସ୍ୟ ନିଯୁକ୍ତ କରିଛନ୍ତି। ଜାତୀୟ ମହିଳା କମିସନ୍ ଆଇନ, ୧୯୯୦ର ଧାରା ୩ ଅଧୀନରେ ରହାଟକରଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ରହାଟକରଙ୍କ କାର୍ଯ୍ୟକାଳ ଖୁବ୍‌ଶୀଘ୍ର ଆରମ୍ଭ ହେବ। ମହିଳା ଏବଂ ଶିଶୁ ବିକାଶ ବିଭାଗ ଅନୁଯାୟୀ ରହାଟକର ତାଙ୍କର ବିଭିନ୍ନ ରାଜନୈତିକ ଏବଂ ସାମାଜିକ ଭୂମିକା ଦ୍ବାରା ଦୃଢ଼ ନେତୃତ୍ବ ଦକ୍ଷତା ପ୍ରଦର୍ଶନ କରିଛନ୍ତି।

Tags: