ଜାତୀୟ ପ୍ରତିରକ୍ଷା ସହଯୋଗ ଉପରେ ଆମେରିକା-ଭାରତ ଚୁକ୍ତି ସ୍ୱାକ୍ଷରିତ
ନୂଆଦିଲ୍ଲୀ: ଜାତୀୟ ପ୍ରତିରକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ନିରାପତ୍ତା ଆବଶ୍ୟକତା ପୂରଣ ଲାଗି ଅପ୍ରତ୍ୟାଶିତ ଯୋଗାଣ ଶୃଙ୍ଖଳା ବାଧାର ସମାଧାନ ନିମନ୍ତେ ଦୁଇ ଦେଶ ପରସ୍ପରଠାରୁ ଆବଶ୍ୟକ ଶିଳ୍ପ ସମ୍ବଳ ହାସଲ କରିବାରେ ସକ୍ଷମ ହେବା ପାଇଁ ଆମେରିକା ଓ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଆମେରିକାର ଶିଳ୍ପ ଭିତ୍ତିଭୂମି ନୀତି ଲାଗି ପ୍ରତିରକ୍ଷା ବିଭାଗର ପ୍ରମୁଖ ଉପ-ସହକାରୀ ସଚିବ ରାମଦାସ ଏବଂ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମହାନିର୍ଦ୍ଦେଶକ (ଅଧିଗ୍ରହଣ) […]
ନୂଆଦିଲ୍ଲୀ: ଜାତୀୟ ପ୍ରତିରକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ନିରାପତ୍ତା ଆବଶ୍ୟକତା ପୂରଣ ଲାଗି ଅପ୍ରତ୍ୟାଶିତ ଯୋଗାଣ ଶୃଙ୍ଖଳା ବାଧାର ସମାଧାନ ନିମନ୍ତେ ଦୁଇ ଦେଶ ପରସ୍ପରଠାରୁ ଆବଶ୍ୟକ ଶିଳ୍ପ ସମ୍ବଳ ହାସଲ କରିବାରେ ସକ୍ଷମ ହେବା ପାଇଁ ଆମେରିକା ଓ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଆମେରିକାର ଶିଳ୍ପ ଭିତ୍ତିଭୂମି ନୀତି ଲାଗି ପ୍ରତିରକ୍ଷା ବିଭାଗର ପ୍ରମୁଖ ଉପ-ସହକାରୀ ସଚିବ ରାମଦାସ ଏବଂ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମହାନିର୍ଦ୍ଦେଶକ (ଅଧିଗ୍ରହଣ) ସମୀର କୁମାର ସିହ୍ନା ଅଣ-ବାଧ୍ୟତାମୂଳକ ସିକ୍ୟୁରିଟି ଅଫ୍ ସପ୍ଲାଇ ଆରେଞ୍ଜମେଣ୍ଟ (ସୋସା)ରେ ସ୍ୱାକ୍ଷର କରିଛନ୍ତି। ଅଷ୍ଟ୍ରେଲିଆ, କାନାଡା, ଡେନମାର୍କ, ଏଷ୍ଟୋନିଆ, ଫିନଲାଣ୍ଡ, ଇସ୍ରାଏଲ, ଇଟାଲୀ, ଜାପାନ, ଲାଟଭିଆ, ଲିଥୁଆନିଆ, ନେଦରଲାଣ୍ଡ, ନରୱେ, କୋରିଆ ଗଣତନ୍ତ୍ର, ସିଙ୍ଗାପୁର, ସ୍ପେନ, ସ୍ୱିଡେନ ଓ ବ୍ରିଟେନ ପରେ ଭାରତ, ଆମେରିକାର ଅଷ୍ଟାଦଶ ସୋସା ସହଯୋଗୀ। ରାମଦାସ ଏହାକୁ ଆମେରିକା-ଭାରତ ପ୍ରତିରକ୍ଷା ସହଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି, ଯାହା ଆମେରିକା-ଭାରତ ପ୍ରତିରକ୍ଷା ଜ୍ଞାନକୌଶଳ ଓ ଟ୍ରେଡ ଇନିସିଏଟିଭ୍ (ଡିଟିଟିଆଇ)କୁ ସୁଦୃଢ଼ କରିବାରେ ସହାୟକ ହେବ। ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏବଂ ଦ୍ୱିପାକ୍ଷିକ ସହ-ବିକାଶ, ସହ-ଉତ୍ପାଦନ ଏବଂ ସହ-ରକ୍ଷଣାବେକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ସେ ଚଳିତ ବର୍ଷ ପରବର୍ତ୍ତୀ ଡିଟିଟିଆଇ ବୈଠକ ଆୟୋଜନ କରିବାକୁ ଆଗ୍ରହୀ ବୋଲି କହିଛନ୍ତି।




