ଜାତି, ଭାଷା, ବର୍ଣ୍ଣର ଊର୍ଦ୍ଧ୍ବରେ ଭାରତୀୟ ନାଗରିକଙ୍କ ପରିଚୟ

ନୂଆଦିଲ୍ଲୀ: ପ୍ରତି ଭାରତୀୟଙ୍କର ବିଭିନ୍ନ ପରିଚୟ ରହିଛି। ସେଗୁଡ଼ିକ ମଧ୍ୟରେ ଜାତି, ବର୍ଣ୍ଣ, ଭାଷା ଆଦି ଅତ୍ୟନମ। କିନ୍ତୁ ‘ଭାରତୀୟ ନାଗରିକ’ ପରିଚୟ ଏସବୁରୁ ଊର୍ଦ୍ଧ୍ବରେ। ୭୭ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଦେଶର ସତ୍ୟ ଓ ଅହିଂସା ନୀତିକୁ ବିଶ୍ବର ବିଭିନ୍ନ ରାଜନୈତିକ ସଂଗ୍ରାମରେ ସଫଳତାର ସହିତ ଉପଯୋଗ କରାଯାଇଥିବାର ଉଜ୍ଜ୍ବଳ ଉଦାହରଣ ରହିଛି। ପ୍ରାଚୀନ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରତି ଭାରତୀୟଙ୍କର ବିଭିନ୍ନ ପରିଚୟ ରହିଛି। ସେଗୁଡ଼ିକ ମଧ୍ୟରେ ଜାତି, ବର୍ଣ୍ଣ, ଭାଷା ଆଦି ଅତ୍ୟନମ। କିନ୍ତୁ ‘ଭାରତୀୟ ନାଗରିକ’ ପରିଚୟ ଏସବୁରୁ ଊର୍ଦ୍ଧ୍ବରେ। ୭୭ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଦେଶର ସତ୍ୟ ଓ ଅହିଂସା ନୀତିକୁ ବିଶ୍ବର ବିଭିନ୍ନ ରାଜନୈତିକ ସଂଗ୍ରାମରେ ସଫଳତାର ସହିତ ଉପଯୋଗ କରାଯାଇଥିବାର ଉଜ୍ଜ୍ବଳ ଉଦାହରଣ ରହିଛି। ପ୍ରାଚୀନ ଯୁଗରୁ ଭାରତର ତୃଣମୂଳ ସ୍ତରରେ ଗାଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଦୀର୍ଘବର୍ଷର ‌ଔପନିବେଶିକ ଶାସନ ସେସବୁ ନଷ୍ଟ କରିଦେଇଛି। ୧୯୪୭ ମସିହା ଅଗଷ୍ଟ ୧୫ରେ ଦେଶ ଏକ ନୂଆ ସକାଳ ଦେଖିଲା। ଆମେ କେବଳ ବିଦେଶୀ ଶାସନରୁ ମୁକ୍ତ ହେଲୁ ନାହିଁ; ଆମର ଭାଗ୍ୟକୁ ପୁନର୍ବାର ଲେଖିବାର ସ୍ବାଧୀନତା ପାଇଛୁ।
୭୭ତମ ସ୍ବାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁର୍ମୁ କହିଛନ୍ତି, ଆମ ସମସ୍ତଙ୍କ ପାଇଁ ଏହା ଏକ ପବିତ୍ର ଏବଂ ଗୌରବର ଉତ୍ସବ। ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଏବଂ ବୟସ୍କ ବ୍ୟକ୍ତିମାନେ ଯେଭଳି ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଉକ୍ତ ଉତ୍ସବକୁ ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ତାହା ଆମ ପାଇଁ ଆନନ୍ଦ ଏବଂ ଗୌରବର ବିଷୟ। ଅତ୍ୟନ୍ତ ଉତ୍ସାହର ସହିତ ଲୋକମାନେ ଆଜାଦୀ କା ଅମୃତ ମହୋତ୍ସବକୁ ପାଳନ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମହାନ୍‌ ମହିଳା ସ୍ବାଧୀନତା ସଂଗ୍ରାମୀ ଯଥା ମାତାଙ୍ଗିନୀ ହାଜରା ଏବଂ କନକଲତା ବରୁଆ ଭାରତ ମାତା ପାଇଁ ସେମାନଙ୍କ ଜୀବନ ଦାନ କରିଛନ୍ତି। ଜଟିଳ ସତ୍ୟାଗ୍ରହ ରାସ୍ତାରେ ଦେଶର ଜନକ ମହାତ୍ମା ଗାନ୍ଧୀଙ୍କ ସହ ମା’ କସ୍ତୁରବା ସଦାସର୍ବଦା ପାଦ ସହ ପାଦ ମିଳାଇଛନ୍ତି ବୋଲି ମୁର୍ମୁ କହିଛନ୍ତି। ସାମାଜିକ ସଶକ୍ତୀକରଣ ପାଇଁ ଶିକ୍ଷା ସବୁଠୁ ବଡ଼ ଅସ୍ତ୍ର ଏବଂ ଜାତୀୟ ଶିକ୍ଷା ନୀତି ଦେଶରେ ଭିନ୍ନତା ଆଣିବା କାର୍ଯ୍ୟ ଆରମ୍ଭ କରିଦେଇଛି। ଭାରତ ଆଜି ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତିରେ ପାଲଟିଛି। ଏବେ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି ବୋଲି ମୁର୍ମୁ କହିଛନ୍ତି।
ବଞ୍ଚିତ ବର୍ଗର ଲୋକଙ୍କୁ ଅଗ୍ରାଧିକାର ପ୍ରଦାନକୁ ଆମ ନୀତିରେ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ନିଆଯାଇଥିବା ପଦକ୍ଷେପ ଦ୍ବାରା ଗତ ଦଶନ୍ଧିରେ ବହୁସଂଖ୍ୟକ ଲୋକ ଦାରିଦ୍ର୍ୟ କବଳରୁ ମୁକୁଳିଛନ୍ତି।ପ୍ରତ୍ୟେକ ଭାରତୀୟ ସମାନ। ପ୍ରତ୍ୟେକଙ୍କର ସମାନ ସୁଯୋଗ, ଅଧିକାର ଏବଂ ଦାୟିତ୍ବ ଦେଶପ୍ରତି ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

Tags: