ଜାତି ଆଧାରରେ ବିରୋଧୀ ସମାଜରେ ବିଭାଜନ କରୁଛନ୍ତି : ମୋଦୀ
ନୂ୍ଆଦିଲ୍ଲୀ : ବିହାର ସରକାର ଜାତିଗତ ଜନଗଣନା ସର୍ଭେ ରିପୋର୍ଟ ଜାରି କରିବା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିରୋଧୀମାନେ ଜାତି ଆଧାରରେ ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି। ମୋଦୀ କହିଛନ୍ତି, ଯେଉଁମାନେ ବିକାଶକୁ ବିରୋଧ କରୁଛନ୍ତି ଦେଶର ଲୋକ ସେମାନଙ୍କୁ ୬୦ ବର୍ଷ ସମୟ ଦେଲେ। ୬୦ ବର୍ଷ କିଛି କମ୍ ସମୟ ନୁହେଁ। ଯଦି ୯ ବର୍ଷରେ ଦେଶରେ ଏତେସବୁ ବିକାଶ ଏବଂ ପ୍ରଗତି ହୋଇପାରିଲା ତେବେ ୬୦ ବର୍ଷରେ ବହୁତ କିଛି […]
ନୂ୍ଆଦିଲ୍ଲୀ : ବିହାର ସରକାର ଜାତିଗତ ଜନଗଣନା ସର୍ଭେ ରିପୋର୍ଟ ଜାରି କରିବା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିରୋଧୀମାନେ ଜାତି ଆଧାରରେ ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି। ମୋଦୀ କହିଛନ୍ତି, ଯେଉଁମାନେ ବିକାଶକୁ ବିରୋଧ କରୁଛନ୍ତି ଦେଶର ଲୋକ ସେମାନଙ୍କୁ ୬୦ ବର୍ଷ ସମୟ ଦେଲେ। ୬୦ ବର୍ଷ କିଛି କମ୍ ସମୟ ନୁହେଁ। ଯଦି ୯ ବର୍ଷରେ ଦେଶରେ ଏତେସବୁ ବିକାଶ ଏବଂ ପ୍ରଗତି ହୋଇପାରିଲା ତେବେ ୬୦ ବର୍ଷରେ ବହୁତ କିଛି ହୋଇପାରିଥାନ୍ତା। ସେମାନଙ୍କ ନିକଟରେ ସୁଯୋଗ ଥିଲା। କିନ୍ତୁ ସେମାନେ କିଛି କରିବାରେ ବିଫଳ ହୋଇଛନ୍ତି। ପୂର୍ବରୁ ସେମାନେ ଗରିବଙ୍କ ଭାବନା ସହ ଖେଳୁଥିଲେ ଏବଂ ଏବେ ମଧ୍ୟ ଖେଳୁଛନ୍ତି। ପୂର୍ବରୁ ସେମାନେ ଜାତି ଆଧାରରେ ଦେଶରେ ବିଭାଜନ କରୁଥିଲେ ଏବଂ ଏବେ ମଧ୍ୟ ସେହି ସମାନ କାମ କରୁଛନ୍ତି ବୋଲି ମୋଦୀ ଆଜି ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ରାଲିରେ ଉଦ୍ବୋଧନ ଦେଇ କହିଛନ୍ତି। ମୋଦୀ ଜାତିଗତ ଜନଗଣନା କଥା ଉଠାଇ ନଥିଲେ ମଧ୍ୟ ବିହାର ସରକାରଙ୍କ ଜାତିଗତ ଜନଗଣନାକୁ ପରୋକ୍ଷରେ କଟାକ୍ଷ କରି ସେ ଏଭଳି ଟିପ୍ପଣୀ ଦେଇଛନ୍ତି ବୋଲି ଜଣାପଡ଼ୁଛି।




