ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଚାପ ପକାଉଛି : ଜୟଶଙ୍କର
ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏଚସି)ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ସମସ୍ତ ପ୍ରକାର ଚାପ ପକାଉଛି। ସ୍ଥାୟୀ ସଦସ୍ୟତା ହାସଲ ଦିଗରେ ଭାରତ ଏହାର ଚେଷ୍ଟା ଜାରି ରଖିଛି ବୋଲି ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଶିମଲାରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି ଯେ ଭାରତ ଅତ୍ୟନ୍ତ ନିଷ୍ଠାର ସହ ଉଦ୍ୟମ କରୁଛି, କିନ୍ତୁ ଏହା ଏତେ ଶୀଘ୍ର ମିଳିବ ନାହିଁ। କାରଣ ସୁରକ୍ଷା ପରିଷଦର […]
ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏଚସି)ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ସମସ୍ତ ପ୍ରକାର ଚାପ ପକାଉଛି। ସ୍ଥାୟୀ ସଦସ୍ୟତା ହାସଲ ଦିଗରେ ଭାରତ ଏହାର ଚେଷ୍ଟା ଜାରି ରଖିଛି ବୋଲି ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଶିମଲାରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି ଯେ ଭାରତ ଅତ୍ୟନ୍ତ ନିଷ୍ଠାର ସହ ଉଦ୍ୟମ କରୁଛି, କିନ୍ତୁ ଏହା ଏତେ ଶୀଘ୍ର ମିଳିବ ନାହିଁ। କାରଣ ସୁରକ୍ଷା ପରିଷଦର ବର୍ତ୍ତମାନର ସ୍ଥାୟୀ ସଦସ୍ୟଙ୍କ ଯଥେଷ୍ଟ ପ୍ରଭାବ ରହିଛି। ୟୁକ୍ରେନ୍ ହେଉ କିମ୍ବା ଗାଜା ସେମାନେ ସେମାନଙ୍କ ମଧ୍ୟରେ ବୁଝାମଣା କରୁଛନ୍ତି ଓ ଏହାଦ୍ବାରା ସମଗ୍ର ବିଶ୍ବ ପ୍ରଭାବିତ ହେଉଛି। ସେମାନେ ଚାହୁନାହାନ୍ତି ଯେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ୬, ୭ କିମ୍ବା ୮ ହେଉ। ଏଣୁ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏହି ପ୍ରସଙ୍ଗରେ ନିର୍ବାଚନ ହେଉନାହିଁ। ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟମାନେ ଏହାକୁ ଅଟକାଇ ରଖିଛନ୍ତି ବୋଲି ଜୟଶଙ୍କର କହିଛନ୍ତି। ୫୦ ବର୍ଷ ପୂର୍ବେ ନେହରୁଙ୍କ ଶାସନକାଳରେ ସୁରକ୍ଷା ପରିଷଦ ସଦସ୍ୟତାକୁ ନେଇ ଯେଉଁ ଭୁଲ୍ କରାଯାଇଥିଲା ତାକୁ ମନେ ପକାଇ ଜୟଶଙ୍କର କହିଛନ୍ତି, ସରକାର ଏହାକୁ ସେତେ ଗୁରୁତ୍ବ ଦେଇନଥିଲେ। ଯଦି ସେ ସମୟରେ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟତା ପାଇଁ ଉଦ୍ୟମ ହୋଇଥାନ୍ତା ତେବେ ଆଜି ଏତେ ସମସ୍ୟା ରହିନଥାନ୍ତା ବୋଲି ସେ କହିଛନ୍ତି।




