ଜାତିସଂଘ ସାଧାରଣ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କୀ

ନୂଆଦିଲ୍ଲୀ : ତୁର୍କୀ ରାଷ୍ଟ୍ରପତି ରେସିପ ତାୟିପ ଏର୍ଡୋଗାନ ଜାତିସଂଘ ସାଧାରଣ ଅଧିବେଶନର ୭୮ତମ ଉଚ୍ଚ ସ୍ତରୀୟ ଅଧିବେଶନରେ ବିଶ୍ବ ‌ନେତାମାନଙ୍କୁ ଉଦ୍‌ବୋଧନ ଦେବା ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏର୍ଡୋଗାନ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଓ ସହଯୋଗ ଦ୍ବାରା କାଶ୍ମୀରରେ ସ୍ଥାୟୀ ଶାନ୍ତି ସମ୍ଭବ ହୋଇପାରିଲେ ଦକ୍ଷିଣ ଏସିଆରେ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଦିଗରେ ଏହା ବାଟ ଫିଟାଇ ପାରିବ। ଉକ୍ତ ଦିଗରେ ନିଆଯିବାକୁ ଥିବା ସମସ୍ତ ପଦକ୍ଷେପକୁ […]

Samaya Live Picture
Published On

ନୂଆଦିଲ୍ଲୀ : ତୁର୍କୀ ରାଷ୍ଟ୍ରପତି ରେସିପ ତାୟିପ ଏର୍ଡୋଗାନ ଜାତିସଂଘ ସାଧାରଣ ଅଧିବେଶନର ୭୮ତମ ଉଚ୍ଚ ସ୍ତରୀୟ ଅଧିବେଶନରେ ବିଶ୍ବ ‌ନେତାମାନଙ୍କୁ ଉଦ୍‌ବୋଧନ ଦେବା ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏର୍ଡୋଗାନ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଓ ସହଯୋଗ ଦ୍ବାରା କାଶ୍ମୀରରେ ସ୍ଥାୟୀ ଶାନ୍ତି ସମ୍ଭବ ହୋଇପାରିଲେ ଦକ୍ଷିଣ ଏସିଆରେ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଦିଗରେ ଏହା ବାଟ ଫିଟାଇ ପାରିବ। ଉକ୍ତ ଦିଗରେ ନିଆଯିବାକୁ ଥିବା ସମସ୍ତ ପଦକ୍ଷେପକୁ ତୁର୍କୀ ସମର୍ଥନ କରିବ ବୋଲି ଏର୍ଡୋଗାନ କହିଛନ୍ତି। ଜି-୨୦ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସପ୍ତାହକ ପରେ ଏର୍ଡୋଗାନ ଏହି ଟିପ୍ପଣୀ ଦେଇଛନ୍ତି।

Tags: