ଜାତିସଂଘରେ ପାକିସ୍ତାନ ବିରୋଧରେ ଗର୍ଜିଲା ଭାରତ, ଆତଙ୍କବାଦ ବନ୍ଦ କର, ପିଓକେ ଛାଡ଼

ନୂଆଦିଲ୍ଲୀ :ଭାରତ ଜାାତିସଂଘରେ ପାକିସ୍ତାନ ବିରୋଧରେ ଗର୍ଜିଛି। ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ କରୁ ଏବଂ ନିଜ ମାଟିରେ ପାକିସ୍ତାନ ଆତଙ୍କବାଦ ଭିତ୍ତିଭୂମିକୁ ଧ୍ବଂସ କରିବା ସହ ବେଆଇନ ଭାବେ ଦଖଲ କରି ରଖିଥିବା ଭାରତୀୟ ଅଞ୍ଚଳ ଛାଡ଼ୁ ବୋଲି ଭାରତ କହିଛି। ନ୍ୟୁ୍ୟର୍କରେ ଜାତିସଂଘ ସାଧାରଣ ଅଧିବେଶନର ୭୮ତମ ଅଧିବେଶନରେ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ଅନୱର ଉଲ୍‌ ହକ୍‌ କକର ପ୍ରଥମେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ଏହାର କଡ଼ା ଜବାବ ଦେଇଛି। ଭାରତ ବିରୋଧରେ […]

Samaya Live Picture
Published On

ନୂଆଦିଲ୍ଲୀ :ଭାରତ ଜାାତିସଂଘରେ ପାକିସ୍ତାନ ବିରୋଧରେ ଗର୍ଜିଛି। ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ କରୁ ଏବଂ ନିଜ ମାଟିରେ ପାକିସ୍ତାନ ଆତଙ୍କବାଦ ଭିତ୍ତିଭୂମିକୁ ଧ୍ବଂସ କରିବା ସହ ବେଆଇନ ଭାବେ ଦଖଲ କରି ରଖିଥିବା ଭାରତୀୟ ଅଞ୍ଚଳ ଛାଡ଼ୁ ବୋଲି ଭାରତ କହିଛି। ନ୍ୟୁ୍ୟର୍କରେ ଜାତିସଂଘ ସାଧାରଣ ଅଧିବେଶନର ୭୮ତମ ଅଧିବେଶନରେ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ଅନୱର ଉଲ୍‌ ହକ୍‌ କକର ପ୍ରଥମେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ଏହାର କଡ଼ା ଜବାବ ଦେଇଛି। ଭାରତ ବିରୋଧରେ ପ୍ରଚାର ପାଇଁ ପାକିସ୍ତାନ ବାରମ୍ବାର ଅନ୍ତର୍ଜାତୀୟ ମଞ୍ଚକୁ ବ୍ୟବହାର କରୁଥିବାର ଭାରତ ଏହାକୁ କଡ଼ା ବିରୋଧ କରିଛି। ଜମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ଭାରତ କହିଛି। ଜାତିସଂଘରେ ୟୁଏନ୍‌ଜିଏର ଦ୍ବିତୀୟ କମିଟିରେ ପ୍ରଥମ ସଚିବ ପେଟାଲ ଗେହଲଟ ଏହି ଟିପ୍ପଣୀ ଦେଇଛନ୍ତି।

Tags: