ଜାତିଗତ ଜନଗଣନା ବନ୍ଦ କଲେ ପାଟନା ହାଇକୋର୍ଟ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ମହାମେଣ୍ଟ ସରକାରକୁ ଆଜି ଶକ୍ତ ଝଟ୍‌କା ଲାଗିଛି। ପାଟନା ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କ ଜାତିଗତ ଜନଗଣନା ଉପରେ ରୋକ୍‌ ଲଗାଇଛନ୍ତି। ଜାତିଗତ ଜନଗଣନା ବିରୋଧରେ ପାଟନା ହାଇକୋର୍ଟରେ ଦାଖଲ ହୋଇଥିବା ୩ଟି ପିଆଇଏଲ୍‌ର ଶୁଣାଣି କରି ଆଜି ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ଏବଂ ଜଷ୍ଠିସ ମଧୁରେଶ ପ୍ରସାଦଙ୍କ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟ ସରକାର ଜାତିଗତ ଜନଗଣନାକୁ ତୁରନ୍ତ ବନ୍ଦ କରିବାପାଇଁ ଆଜି […]

Samaya Live Picture
Published On

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ମହାମେଣ୍ଟ ସରକାରକୁ ଆଜି ଶକ୍ତ ଝଟ୍‌କା ଲାଗିଛି। ପାଟନା ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କ ଜାତିଗତ ଜନଗଣନା ଉପରେ ରୋକ୍‌ ଲଗାଇଛନ୍ତି। ଜାତିଗତ ଜନଗଣନା ବିରୋଧରେ ପାଟନା ହାଇକୋର୍ଟରେ ଦାଖଲ ହୋଇଥିବା ୩ଟି ପିଆଇଏଲ୍‌ର ଶୁଣାଣି କରି ଆଜି ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ଏବଂ ଜଷ୍ଠିସ ମଧୁରେଶ ପ୍ରସାଦଙ୍କ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟ ସରକାର ଜାତିଗତ ଜନଗଣନାକୁ ତୁରନ୍ତ ବନ୍ଦ କରିବାପାଇଁ ଆଜି ପାଟନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଯାବତ ସର୍ଭେରୁ ସଂଗୃହିତ ହୋଇଥିବା ସମସ୍ତ ତଥ୍ୟକୁ ସୁରକ୍ଷିତ ରଖିବାପାଇଁ କୋର୍ଟ କହିଛନ୍ତି। ଜୁଲାଇ ୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ରାଜ୍ୟ ସରକାର ଏବେ ପାଟନା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିବେ ବୋଲି ଜଣାପଡ଼ିଛି।
ଦିନୁ କୁମାର ନାମକ ଜଣେ ଆବେଦନକାରୀ କୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ସରକାର ଜାତିଗତ ଏବଂ ଅର୍ଥନୈତିକ ସର୍ଭେ କରୁଛନ୍ତି। ତେବେ ଏହି ସର୍ଭେ କରିବାର ଅଧିକାର ରାଜ୍ୟ ସରକାରଙ୍କ କ୍ଷେତ୍ରାଧିକାର ବାହାରେ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଜାତିଗତ ଜନଗଣନା‌ ତଥ୍ୟକୁ ରାଜ୍ୟ ବିଧାନସଭାରେ ବିଭିନ୍ନ ଦଳର ନେତାଙ୍କୁ ସେୟାର କରିବା ଉଦ୍ଦେଶ୍ୟକୁ କିନ୍ତୁ କୋର୍ଟ ବିରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିହାରରେ ୨ଟି ପର୍ଯ୍ୟାୟରେ ଜାତିଗତ ଜନଗଣନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜାନୁଆରି ୭ରୁ ୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟ‌ରେ ଏପ୍ରିଲ ୧୫ରୁ ମେ’ ୧୫ ପର୍ଯ୍ୟନ୍ତ ଜାତିଗତ ଜନଗଣନା ଚାଲିଛି। କିନ୍ତୁ ରାଜ୍ୟ ସରକାରଙ୍କ ଏହି ଜାତିଗତ ଜନଗଣନାକୁ ବିଭିନ୍ନ ମହଲରୁ କଡ଼ା ବିରୋଧ କରାଯାଇଛି।

Tags: