ଜାତିଗତ ଜନଗଣନାରୁ ନଜର ହଟାଇବାପାଇଁ ମହିଳା ସଂରକ୍ଷଣ ବିଲ୍ : ରାହୁଲ
ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ଦିନ ମହିଳା ସଂରକ୍ଷଣ ବିଲ୍କୁ ପ୍ରଶଂସା କରିଛନ୍ତି। କିନ୍ତୁ ରାହୁଲ କହିଛନ୍ତି, ଜାତିଗତ ଜନଗଣନାରୁ ନଜର ହଟାଇବାପାଇଁ ଏହା ଏକ କୌଶଳ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ରାହୁଲ କହିଛନ୍ତି, ମହିଳା ସଂରକ୍ଷଣ ଏକ ଭଲ୍ କାମ। କିନ୍ତୁ ବିଲ୍ କାର୍ଯ୍ୟକାରୀ ହେବା ପୂର୍ବରୁ ଜନଗଣନା କରିବାକୁ ପଡ଼ିବ ଏବଂ ସୀମା ପୁନଃନିର୍ଦ୍ଧାରଣ କରିବାକୁ ପଡ଼ିବ। ରାହୁଲ କହିଛନ୍ତି, ଏହା କେବେ କାର୍ଯ୍ୟକାରୀ ହେବ କେହି […]
ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ଦିନ ମହିଳା ସଂରକ୍ଷଣ ବିଲ୍କୁ ପ୍ରଶଂସା କରିଛନ୍ତି। କିନ୍ତୁ ରାହୁଲ କହିଛନ୍ତି, ଜାତିଗତ ଜନଗଣନାରୁ ନଜର ହଟାଇବାପାଇଁ ଏହା ଏକ କୌଶଳ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ରାହୁଲ କହିଛନ୍ତି, ମହିଳା ସଂରକ୍ଷଣ ଏକ ଭଲ୍ କାମ। କିନ୍ତୁ ବିଲ୍ କାର୍ଯ୍ୟକାରୀ ହେବା ପୂର୍ବରୁ ଜନଗଣନା କରିବାକୁ ପଡ଼ିବ ଏବଂ ସୀମା ପୁନଃନିର୍ଦ୍ଧାରଣ କରିବାକୁ ପଡ଼ିବ। ରାହୁଲ କହିଛନ୍ତି, ଏହା କେବେ କାର୍ଯ୍ୟକାରୀ ହେବ କେହି ଜାଣିନାହାନ୍ତି। ଓବିସି ଜନଗଣନାରୁ ନଜର ହଟାଇବାପାଇଁ ଏହା ଏକ ସୁଚିନ୍ତିତ କୌଶଳ । ରାହୁଲ କହିଛନ୍ତି, ସତ ଏହା ଯେ ସଂରକ୍ଷଣ ଆଜି ହିଁ କାର୍ଯ୍ୟକାରୀ ହୋଇପାରିବ। ଏହା ଏକ ଜଟିଳ ପ୍ରସଙ୍ଗ ନୁହେଁ, କିନ୍ତୁ ସରକାର ଏହା ଚାହାନ୍ତିନି। ସରକାର ଏହା ଦେଶ ବାସୀଙ୍କ ଆଗରେ ରଖିଦେଲେ କିନ୍ତୁ ଏହା ୧୦ ବର୍ଷ ପରେ କାର୍ଯ୍ୟକାରୀ ହେବ।




