ଜଷ୍ଟିସ ଗୱାଇ ପରବର୍ତ୍ତୀ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗୱାଇଙ୍କ ନାମକୁ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିସ କରିଛନ୍ତି। ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଗୱାଇ ମେ’ ୧୪ ତାରିଖରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସିଜେଆଇ ଖାନ୍ନା ମେ’ ୧୩ ତାରିଖରେ ଅବସର ନେବେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅବସର ପରେ […]
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗୱାଇଙ୍କ ନାମକୁ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିସ କରିଛନ୍ତି। ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଗୱାଇ ମେ’ ୧୪ ତାରିଖରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସିଜେଆଇ ଖାନ୍ନା ମେ’ ୧୩ ତାରିଖରେ ଅବସର ନେବେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅବସର ପରେ ୨୦୨୪ ନଭେମ୍ବରରେ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ।
୧୯୬୦ ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମ ହୋଇଥିବା ଭୂଷଣ ରାମକୃଷ୍ଣ ଗୱାଇ ୧୯୮୫ରେ ଆଇନ କ୍ଷେତ୍ରରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ସେ ପୂର୍ବତନ ଏଡଭୋକେଟ ଜେନେରାଲ୍ ଏବଂ ହାଇକୋର୍ଟ ବିଚାରପତି ସ୍ବର୍ଗତ ରାଜା ଏସ୍ ଭୋଁସଲେଙ୍କ ସହ କାମ କରିଥିଲେ ଏବଂ ୧୯୮୭ରେ ସେ ବମ୍ବେ ହାଇକୋର୍ଟରେ ସ୍ବାଧୀନ ଭାବେ ଅଭ୍ୟାସ ଆରମ୍ଭ କଲେ। ଜଷ୍ଟିସ ଗୱାଇ ସାମ୍ବିଧାନିକ ଏବଂ ପ୍ରଶାସନିକ ଆଇନ ଉପରେ ଫୋକସ୍ କରୁଥିଲେ। ୨୦୦୩ ନଭେମ୍ବର ୧୪ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତ ହେଲେ। ନଭେମ୍ବର ୧୨, ୨୦୦୫ରେ ସେ ସ୍ଥାୟୀ ବିଚାରପତି ହେଲେ। ୨୦୧୯ ମେ’ ୨୪ ତାରିଖରେ ତାଙ୍କର ସୁପ୍ରିମମକୋର୍ଟକୁ ପଦୋନ୍ନତି ହୋଇଥିଲା।




