ଜଳୁଛି ଲସ୍ ଆଞ୍ଜେଲସ୍, ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି
ଲସ୍ ଆଞ୍ଜେଲସ୍: ଲସ୍ ଆଞ୍ଜେଲସ୍ରେ ଭୟଙ୍କର ବନାଗ୍ନି ଆତଙ୍କିତ ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଗକୁ ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆକଳନ କରାଯାଇଛି। ଲକ୍ଷାଧିକ ଲୋକ ଘରୁ ପଳାଇବାକୁ ବାଧ୍ୟ ହୋଇଛନ୍ତି। ଇତିମଧ୍ୟରେ ହଲିଉଡର ପ୍ରସିଦ୍ଧ ଚିହ୍ନ ଥିବା ହଲିଉଡ ହିଲ୍ସରେ ‘ସନ୍ସେଟ୍ ଫାୟାର୍’ ନାମକ ଏକ ନୂଆ ନିଆଁ ଲାଗିଛି। ତେଣେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂକଟର […]
ଲସ୍ ଆଞ୍ଜେଲସ୍: ଲସ୍ ଆଞ୍ଜେଲସ୍ରେ ଭୟଙ୍କର ବନାଗ୍ନି ଆତଙ୍କିତ ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଗକୁ ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆକଳନ କରାଯାଇଛି। ଲକ୍ଷାଧିକ ଲୋକ ଘରୁ ପଳାଇବାକୁ ବାଧ୍ୟ ହୋଇଛନ୍ତି। ଇତିମଧ୍ୟରେ ହଲିଉଡର ପ୍ରସିଦ୍ଧ ଚିହ୍ନ ଥିବା ହଲିଉଡ ହିଲ୍ସରେ ‘ସନ୍ସେଟ୍ ଫାୟାର୍’ ନାମକ ଏକ ନୂଆ ନିଆଁ ଲାଗିଛି। ତେଣେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂକଟର ମୁକାବିଲା ଲାଗି ଅପାରଗ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ ଇଟାଲୀ ଗସ୍ତକୁ ବାତିଲ କରିବା ସହ ଏକ ସଂଘୀୟ ବିପର୍ଯ୍ୟୟ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଫେଡେରାଲ ପାଣ୍ଠି ଉପଲବ୍ଧ କରାଇବାକୁ ଅନୁମତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ,ପାସିଫିକ ପାଲିସେଡ୍ସ ଅଞ୍ଚଳରେ ଅନେକ ହଲିଉଡ ଷ୍ଟାରଙ୍କ ବାସଭବନ ରହିଛି।




