ଜଳୁଛି ଫ୍ରାନ୍ସ, , ସବୁଠି ଅରାଜକ ସ୍ଥିତି

ନୂଆଦିଲ୍ଲୀ : ପୁଲିସ ଗୁଳିରେ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ ଘଟଣାକୁ ନେଇ ଫ୍ରାନ୍ସ‌ରେ ଅଣାୟତ୍ତ ସ୍ଥିତି ଉପୁଜିଛି। ସବୁଠି ହିଂସା ଏବଂ ପୋଡ଼ାଜଳା। ଦଙ୍ଗାକାରୀମାନେ ଦେକାନ ବଜାର ଲୁଟ୍‌ପାଟ କରୁଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଟାଉନ ହଲ୍‌ ଉପରେ ଆକ୍ରମଣ କରିଛନ୍ତି। ଦଙ୍ଗାକାରୀ ସରକାରୀ ସମ୍ପତ୍ତି ନଷ୍ଟ କରିଦେଉଛନ୍ତି । ହିଂସା ନିୟନ୍ତ୍ରଣ ପାଇଁ ୪୫ ହଜାରରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। କିନ୍ତୁ ହିଂସା ନିୟନ୍ତ୍ରଣ କରିବା ସମ୍ଭବ ହୋଇନିି। ଗତ ୫ […]

Samaya Live Picture
Published On

ନୂଆଦିଲ୍ଲୀ : ପୁଲିସ ଗୁଳିରେ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ ଘଟଣାକୁ ନେଇ ଫ୍ରାନ୍ସ‌ରେ ଅଣାୟତ୍ତ ସ୍ଥିତି ଉପୁଜିଛି। ସବୁଠି ହିଂସା ଏବଂ ପୋଡ଼ାଜଳା। ଦଙ୍ଗାକାରୀମାନେ ଦେକାନ ବଜାର ଲୁଟ୍‌ପାଟ କରୁଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଟାଉନ ହଲ୍‌ ଉପରେ ଆକ୍ରମଣ କରିଛନ୍ତି। ଦଙ୍ଗାକାରୀ ସରକାରୀ ସମ୍ପତ୍ତି ନଷ୍ଟ କରିଦେଉଛନ୍ତି । ହିଂସା ନିୟନ୍ତ୍ରଣ ପାଇଁ ୪୫ ହଜାରରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। କିନ୍ତୁ ହିଂସା ନିୟନ୍ତ୍ରଣ କରିବା ସମ୍ଭବ ହୋଇନିି। ଗତ ୫ ଦିନ ଧରି ଫ୍ରାନ୍ସରେ ଲାଗିଥିବା ଦଙ୍ଗାରେ ଅକଳ୍ପନୀୟ କ୍ଷୟକ୍ଷତି ହୋଇଛି। ଦଙ୍ଗାକାରୀମାନେ ବଡ଼ ବଡ଼ ସୋ‌ରୁମ୍‌ରେ ପଶି ଦାମୀ ମୋବାଇଲ ଫୋନ୍‌, ବାଇକ୍‌, କାର୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ସବୁ ଲୁଟି ନେଉଛନ୍ତି। ଦଙ୍ଗାକାରୀଙ୍କ ମଧ୍ୟରେ ଅଧିକାଂଶ ଯୁବକ ଥିବା ଜଣାପଡ଼ିଛି। ସୋସିଆଲ ମିଡିଆ ମଞ୍ଚରେ ଏବେ ଏନେଇ ଅନେକ ଭିଡିଓ ଭାଇରାଲ୍‌ ହେଉଛି। ଗୋଟିଏ ଭିଡିଓରେ ଜଣେ ବ୍ୟକ୍ତି ଏକ ସୋରୁମ୍‌ରୁ ଅତି ଦାମୀ ସ୍ପୋର୍ଟସ ବାଇକ୍‌ ଚଢ଼ି ବାହାରୁଥିବା ବେଳେ ଅନ୍ୟଏକ ଭିଡିଓରେ କିଛି ଦଙ୍ଗାକାରୀ ଏକ ଆଇଫୋନ୍‌ ଷ୍ଟୋର୍‌ରେ ଧସେଇ ପଶୁଥିବା ଦେଖିବାକୁ ମିଳିଛି। ପୁଲିସ କିଛି ସ୍ଥାନରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଛି। ପୂର୍ବ ସହର ଷ୍ଟ୍ରାସବର୍ଗରେ ଦଙ୍ଗାକାରୀମାନେ ଏକ ଆପଲ୍‌ ଷ୍ଟୋର୍‌ରେ ଭଙ୍ଗାରୁଜା କରିଛନ୍ତି। ଫ୍ରାନ୍ସର ଦ୍ବିତୀୟ ବୃହତ୍ତମ ସହର ମାର୍ସିଲେରେ ଦଙ୍ଗାକାରୀମାନେ ଏକ ବନ୍ଧୁକ ଦୋକାନ ଭଙ୍ଗାରୁଜା କରିଛନ୍ତି ଏବଂ ଅସ୍ତ୍ର ଲୁଟିଛନ୍ତି। ଏହି ସହରରେ ଥିବା ଫ୍ରାନ୍ସର ସବୁଠାରୁ ବଡ଼ ଲାଇ‌ବ୍ରେରୀକୁ ଦଙ୍ଗାକାରୀ ଜାଳି ଦେଇଛନ୍ତି।

Tags: