ଜଳବାୟୁ ଜନିତ କାରଣ ପାଇଁ ଦେଶରେ ୪ ମାସରେ ୨୩୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଜଳବାୟୁ ଜନିତ ସଙ୍କଟ ପାଇଁ ଚଳିତ ବର୍ଷର ପ୍ରଥମ ୪ ମାସରେ ଦେଶରେ ୨୩୩ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୦.୯୫ ନିୟୁତ ହେକ୍ଟର ଚାଷଜମିରେ ଫସଲ ଉଜୁଡ଼ି ଯାଇଛି। ସିଏସ୍ଇ (ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟ୍) ରିପୋର୍ଟରୁ ଏହା ଜଣାପଡ଼ିଛି। ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଯଥାକ୍ରମେ ସର୍ବାଧିକ ୩୦ ଦିନ ଲେଖାଏଁ ଜଳବାୟୁ ଅତି ସାଂଘାତିକ ଥିଲା। ହିମାଚଳପ୍ରଦେଶରେ ୨୮ , ମଧ୍ୟପ୍ରଦେଶରେ ୨୭ ଏବଂ ଦିଲ୍ଲୀରେ ୧୨ ଦିନ ଜଳବାୟୁ ସ୍ଥିତି […]
ନୂଆଦିଲ୍ଲୀ: ଜଳବାୟୁ ଜନିତ ସଙ୍କଟ ପାଇଁ ଚଳିତ ବର୍ଷର ପ୍ରଥମ ୪ ମାସରେ ଦେଶରେ ୨୩୩ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୦.୯୫ ନିୟୁତ ହେକ୍ଟର ଚାଷଜମିରେ ଫସଲ ଉଜୁଡ଼ି ଯାଇଛି। ସିଏସ୍ଇ (ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟ୍) ରିପୋର୍ଟରୁ ଏହା ଜଣାପଡ଼ିଛି। ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଯଥାକ୍ରମେ ସର୍ବାଧିକ ୩୦ ଦିନ ଲେଖାଏଁ ଜଳବାୟୁ ଅତି ସାଂଘାତିକ ଥିଲା। ହିମାଚଳପ୍ରଦେଶରେ ୨୮ , ମଧ୍ୟପ୍ରଦେଶରେ ୨୭ ଏବଂ ଦିଲ୍ଲୀରେ ୧୨ ଦିନ ଜଳବାୟୁ ସ୍ଥିତି ଜଟିଳ ଥିଲା। ଚଳିତ ବର୍ଷ ଜାନୁଆରିରୁ ଏପ୍ରିଲ ମଧ୍ୟରେ ୨୩୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ୮୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ପ୍ରଥମ ୪ ମାସରେ ମୋଟ୍ ୫୮ଟି ଦିନରେ ଘଡ଼ଘଡ଼ି ସହ କାଳବୈଶାଖୀ ହୋଇଛି। ଅନ୍ୟପକ୍ଷେ ଗତବର୍ଷରେ ଏହି ସମୟ ମଧ୍ୟରେ ୩୫ଟି ଦିନରେ ଏହି ସ୍ଥିତି ଦେଖିବାକୁ ମିଳିଥିଲା।ଜାନୁଆରିରୁ ଏପ୍ରିଲ ମଧ୍ୟରେ ଦେଶରେ ମାତ୍ର ୧୫ ଦିନ ଗ୍ରୀଷ୍ମଲହର ସ୍ଥିତି ରେକର୍ଡ କରାଯାଇଛି। ଗତବର୍ଷ ଦେଶରେ ୪୦ ଦିନ ଗ୍ରୀଷ୍ମଲହର ସ୍ଥିତି ଥିଲା। ଲଗାତାର ପଶ୍ଚିମ ଜଳବାୟୁ ପ୍ରଭାବ ପାଇଁ ଚଳିତ ବର୍ଷ କମ୍ ଦିନ ଗ୍ରୀଷ୍ମଲହର ଅନୁଭୂତ ହୋଇଛି। ତେବେ ଜଟିଳ ଜଳବାୟୁ ଏବଂ ପାଣିପାଗ ପାଇଁ ୧୯୭୦ରୁ ୨୦୨୧ ମଧ୍ୟରେ ଦେଶରେ ମୋଟ୍ ୫୭୩ଟି ବିପର୍ଯ୍ୟୟ ହୋଇଛି। ଏଥିଯୋଗୁଁ ୧,୩୮,୩୭୭ ଲୋକଙ୍କ ଜୀବନ ଯାଇଛି।




