ଜର୍ମାନୀରେ ପୁଣି କାର୍‌ ମଡ଼ାଇ ଆତ୍ମହତ୍ୟା ଉଦ୍ୟମ, ୨ ମୃତ

ବର୍ଲିନ୍‌: ଜର୍ମାନୀରେ  ପୁଣି ଥରେ କାର୍‌ ମଡ଼ାଇ ଲୋକଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ପଶ୍ଚିମ ଜର୍ମାନୀର ମନ୍ନହେମ୍‌ରେ ଜନଗହଳି ପୂର୍ଣ୍ଣ ସଡ଼କରେ ଏକ ଏସ୍‌ୟୁଭି ଧକ୍କାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଜର୍ମାନୀ ପୁଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ସୂଚନା କରାଯାଇଛି। ମନ୍ନହେମ୍‌ର ଜନଗହଳିପୂର୍ଣ୍ଣ ପାରାଡେପ୍ଲାଜା ଠାରେ ସହସ୍ରାଧିକ ଲୋକ ‘କାର୍ନିଭାଲ୍‌’ ପରେଡ୍‌ ନିମନ୍ତେ ଏକତ୍ରିତ ହୋଇଥିଲେ। ଏହି ସମୟରେ ଏକ କଳା ଏସ୍‌ୟୁଭି […]

Samaya Live Picture
Published On

ବର୍ଲିନ୍‌: ଜର୍ମାନୀରେ  ପୁଣି ଥରେ କାର୍‌ ମଡ଼ାଇ ଲୋକଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ପଶ୍ଚିମ ଜର୍ମାନୀର ମନ୍ନହେମ୍‌ରେ ଜନଗହଳି ପୂର୍ଣ୍ଣ ସଡ଼କରେ ଏକ ଏସ୍‌ୟୁଭି ଧକ୍କାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଜର୍ମାନୀ ପୁଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ସୂଚନା କରାଯାଇଛି। ମନ୍ନହେମ୍‌ର ଜନଗହଳିପୂର୍ଣ୍ଣ ପାରାଡେପ୍ଲାଜା ଠାରେ ସହସ୍ରାଧିକ ଲୋକ ‘କାର୍ନିଭାଲ୍‌’ ପରେଡ୍‌ ନିମନ୍ତେ ଏକତ୍ରିତ ହୋଇଥିଲେ। ଏହି ସମୟରେ ଏକ କଳା ଏସ୍‌ୟୁଭି ଦ୍ରୁତଗତିରେ ଆସି ଲୋକଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କେତେ ଜଣ ଆହତ ହୋଇଛନ୍ତି ସେନେଇ ଯାଞ୍ଚ ଜାରି ରହିଛି । ଧକ୍କା ଦେଇଥିବା ଗାଡ଼ି ଚାଳକକୁ ଗିରଫ କରାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ଜରୁରୀକାଳୀନ ଟିମ୍‌ ମୁତୟନ ହୋଇଥିବାବେଳେ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଆକାଶ ମାର୍ଗରେ ପୁଲିସ ହେଲିକପ୍ଟର ପଇଁତରା ମାରିବା ଦେଖିବାକୁ ମିଳିଛି।

Tags: