ଜର୍ଜିଆ ସେନା ଶିବିରରେ ଗୁଳିକାଣ୍ଡ, ୫ ସୈନିକ ଆହତ

ଆଟ୍‌ଲାଣ୍ଟା: ଆମେରିକାର ଜର୍ଜିଆରେ ବୁଧବାର ଏକ ସେନା ଶିବିରରେ ଗୁଳିକାଣ୍ଡ ହୋଇ ୫ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ଜର୍ଜିଆର ଫର୍ଟ ଷ୍ଟୁଆର୍ଟ ଶିବିର ଉପରେ ଆକ୍ରମଣ ଘଟଣାରେ ଜଣେ ସନ୍ଦିଗ୍ଧ ଧରାପଡ଼ିଥିବା ସେନା ଅଧକାରୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଆହତ ସୈନିକମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ୱିନ ଆର୍ମି କମ୍ୟୁନିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ସୈନିକଙ୍କ ଅବସ୍ଥା ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରାଯାଇନାହିଁ। ଦ୍ବିତୀୟ ଆର୍ମୋଡ ବ୍ରିଗେଡ କମ୍ବାଟ ଅଞ୍ଚଳରେ ଗୁଳିକାଣ୍ଡ ପରେ […]

ଜର୍ଜିଆ ସେନା ଶିବିରରେ ଗୁଳିକାଣ୍ଡ, ୫ ସୈନିକ ଆହତ
Samaya Live Picture
Published On

ଆଟ୍‌ଲାଣ୍ଟା: ଆମେରିକାର ଜର୍ଜିଆରେ ବୁଧବାର ଏକ ସେନା ଶିବିରରେ ଗୁଳିକାଣ୍ଡ ହୋଇ ୫ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ଜର୍ଜିଆର ଫର୍ଟ ଷ୍ଟୁଆର୍ଟ ଶିବିର ଉପରେ ଆକ୍ରମଣ ଘଟଣାରେ ଜଣେ ସନ୍ଦିଗ୍ଧ ଧରାପଡ଼ିଥିବା ସେନା ଅଧକାରୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଆହତ ସୈନିକମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ୱିନ ଆର୍ମି କମ୍ୟୁନିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ସୈନିକଙ୍କ ଅବସ୍ଥା ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରାଯାଇନାହିଁ। ଦ୍ବିତୀୟ ଆର୍ମୋଡ ବ୍ରିଗେଡ କମ୍ବାଟ ଅଞ୍ଚଳରେ ଗୁଳିକାଣ୍ଡ ପରେ ଏହି ଅଞ୍ଚଳକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରିଦିଆଯାଇଛି। ସନ୍ଦିଗ୍ଧ ଜଣେ ସେନା କର୍ମଚାରୀ କି ନୁହେଁ, ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ଗଭର୍ନର ବ୍ରିୟାନ କ୍ୟାମ୍ପ ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘଟଣା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି। ଫର୍ଟ ଷ୍ଟୁଆର୍ଟ ଆଟଲାଣ୍ଟାଠାରୁ ୨୨୫ ମାଇଲ ଦୂର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଥିବାବେଳେ ସେଠାରେ ପାଖାପାଖି ୯ ହଜାର ଲୋକ ରହୁଛନ୍ତି। ଶିବିରରେ ୧୫୦୦୦ ସକ୍ରିୟ ସେନା କର୍ମଚାରୀ ରହୁଛନ୍ତି ଏବଂ ଏଥିସହ ବହୁ ଅବସରପ୍ରାପ୍ତ ସେନା କର୍ମଚାରୀ ସେମାନଙ୍କ ପରିବାର ସହିତ ସେଠାରେ ରହୁଛନ୍ତି।

Tags: