ଜମ୍ମୁ କାଶ୍ମୀର ରାମବନରେ ଖାଇକୁ ବସ୍ ଖସି ୧୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ରାମବନ ଜିଲ୍ଲାରେ ଆଜି ଏକ ଖାଇକୁ ଏକ ଏସୟୁଭି ଖସି ପଡ଼ିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆଜି ଏହି ଦୁର୍ଘଟଣା ହୋଇଛି। ଏସୟୁଭିଟି ଶ୍ରୀନଗରରୁ ଜମ୍ମୁକୁ ଯାଉଥିବାବେଳେ ଏହା ବାଟରେ ଜାତୀୟ ରାଜପଥରୁ ୩୦୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲା। ରାମବନ ଜିଲ୍ଲାର ଚେସମା ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ହୋଇଛି। ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣାସ୍ଥଳରେ ପ୍ରବଳ ବର୍ଷା […]
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ରାମବନ ଜିଲ୍ଲାରେ ଆଜି ଏକ ଖାଇକୁ ଏକ ଏସୟୁଭି ଖସି ପଡ଼ିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆଜି ଏହି ଦୁର୍ଘଟଣା ହୋଇଛି। ଏସୟୁଭିଟି ଶ୍ରୀନଗରରୁ ଜମ୍ମୁକୁ ଯାଉଥିବାବେଳେ ଏହା ବାଟରେ ଜାତୀୟ ରାଜପଥରୁ ୩୦୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲା। ରାମବନ ଜିଲ୍ଲାର ଚେସମା ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ହୋଇଛି। ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣାସ୍ଥଳରେ ପ୍ରବଳ ବର୍ଷା ହେଉଥିବାବେଳେ ପୁଲିସ ଏବଂ ଏସଡିଆରଏଫ୍ ଉପସ୍ଥିତିରେ ୧୦ ଲୋକଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜମ୍ମୁର ଜଣେ କାର ଡ୍ରାଇଭର ବାଲୱନ ସିଂହ ଏବଂ ବିହାର ପଶ୍ଚିମ ଚମ୍ପାରନର ବିପିନ ମୁଖିୟା ଭାଇରାଗାଙ୍ଗ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।




