ଜମ୍ମୁ କାଶ୍ମୀର ମସଜିଦରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ମୃତ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ବାରମୂଳା ଜିଲ୍ଲାରେ ଆଜି ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମସଜିଦରେ ନମାଜ ପାଠ କରିବା ସମୟରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ପୁଲିସ ଅନୁଯାୟୀ ଅବସରପ୍ରାପ୍ତ ଏସଏସପି ମହମ୍ମଦ ସାଫି ମିର ଗଣ୍ଟମୁଲ୍ଲା ବାଲା ଅଞ୍ଚଳରେ ଏକ ମସଜିଦରେ ନମାଜ ପାଠ କରୁଥିବା ସମୟରେ ତାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଉକ୍ତ ଘଟଣା ପରେ ପୁଲିସ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି ଏବଂ ଘଟଣାର ତଦନ୍ତ […]
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ବାରମୂଳା ଜିଲ୍ଲାରେ ଆଜି ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମସଜିଦରେ ନମାଜ ପାଠ କରିବା ସମୟରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ପୁଲିସ ଅନୁଯାୟୀ ଅବସରପ୍ରାପ୍ତ ଏସଏସପି ମହମ୍ମଦ ସାଫି ମିର ଗଣ୍ଟମୁଲ୍ଲା ବାଲା ଅଞ୍ଚଳରେ ଏକ ମସଜିଦରେ ନମାଜ ପାଠ କରୁଥିବା ସମୟରେ ତାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଉକ୍ତ ଘଟଣା ପରେ ପୁଲିସ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ମାସରେ ମଧ୍ୟ ଶ୍ରୀନଗରର ଇଦଗାହ ମସଜିଦ ନିକଟରେ ରାଜ୍ୟ ପୁଲିସର ଜଣେ ସବ୍ଇନ୍ସପେକ୍ଟର ଆହତ ହୋଇଥିଲେ। ଇନ୍ସପେକ୍ଟର ମସରୁର ଅହମଦ ୱାନି କ୍ରିକେଟ ଖେଳୁଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।




