ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ଉପରାଜ୍ୟପାଳ ହୋଇପାରନ୍ତି ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ପରବର୍ତ୍ତୀ ଉପରାଜ୍ୟପାଳ ନିଯୁକ୍ତି ଦିଆଯିବ ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଏହାକୁ ନେଇ କାଶ୍ମୀର ରାଜନୀତି ସରଗରମ ହୋଇଉଠିଥିବା ବେଳେ ଆଜାଦ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଆଜାଦ କହିଛନ୍ତି, ମୁଁ କୌଣସି ରୋଜଗାର ସନ୍ଧାନରେ ନାହିଁ ଏବଂ କେବଳ ଜମ୍ମୁ କାଶ୍ମୀରବାସୀଙ୍କ ସେବା କରିବାକୁ ଚାହୁଛି। ଆଜାଦ ନିଜ ରାଜନୈତିକ ଦଳ ଡିପିଏପିର ସ୍ଥାପନା ଦିବସରେ କହିଛନ୍ତି ଯେ ତାଙ୍କୁ ଉପରାଜ୍ୟପାଳ କରାଯିବାକୁ ଯୋଜନା […]

Samaya Live Picture
Published On

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ପରବର୍ତ୍ତୀ ଉପରାଜ୍ୟପାଳ ନିଯୁକ୍ତି ଦିଆଯିବ ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଏହାକୁ ନେଇ କାଶ୍ମୀର ରାଜନୀତି ସରଗରମ ହୋଇଉଠିଥିବା ବେଳେ ଆଜାଦ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଆଜାଦ କହିଛନ୍ତି, ମୁଁ କୌଣସି ରୋଜଗାର ସନ୍ଧାନରେ ନାହିଁ ଏବଂ କେବଳ ଜମ୍ମୁ କାଶ୍ମୀରବାସୀଙ୍କ ସେବା କରିବାକୁ ଚାହୁଛି। ଆଜାଦ ନିଜ ରାଜନୈତିକ ଦଳ ଡିପିଏପିର ସ୍ଥାପନା ଦିବସରେ କହିଛନ୍ତି ଯେ ତାଙ୍କୁ ଉପରାଜ୍ୟପାଳ କରାଯିବାକୁ ଯୋଜନା ହେଉଛି ବୋଲି ଯେଉଁ ଖବର ପ୍ରଚାର ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ସୂଚନାଯୋଗ୍ୟ, ଆଜାଦ ଗତ ବର୍ଷ କଂଗ୍ରେସରୁ ଅଲଗା ହେବାପରେ ନୂଆ ରାଜନୈତିକ ଦଳ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ଆଜାଦ୍‌ ପାର୍ଟି ଗଠନ କରିଥିଲେ।

Tags: