ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। କଠୁଆ-ବସନ୍ତଗଡ଼ ସୀମା ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ସେନା ଏବଂ ପୁଲିସର ମିଳିତ ଟିମ୍‌ ବସନ୍ତଗଡ଼ର ଖଣ୍ଡରା ଟପ୍‌ ଆଡ଼କୁ ଯାଉଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। କଠୁଆ-ବସନ୍ତଗଡ଼ ସୀମା ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ସେନା ଏବଂ ପୁଲିସର ମିଳିତ ଟିମ୍‌ ବସନ୍ତଗଡ଼ର ଖଣ୍ଡରା ଟପ୍‌ ଆଡ଼କୁ ଯାଉଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିପାତ ହୋଇଚନ୍ତି। ଘଟଣାସ୍ଥଳରେ ଏବେ ଅତିରିକ୍ତ ବାହିନୀ ମୁ୍ତୟନ ହୋଇଛନ୍ତି। ଅନ୍ୟପକ୍ଷରେ ଅଖନୁର ଅଞ୍ଚଳରେ ଭାରତୀୟ ପୋଷ୍ଟ୍‌ ଉପରକୁ ଟାର୍ଗେଟ୍‌ କରି ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବାରୁ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Tags: