ଜମ୍ମୁ-କାଶ୍ମୀରର ଉଧମପୁରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ପ୍ରାୟ ଏକ ବର୍ଷ ଧରି ଟା‌ର୍ଗେଟ୍‌ରେ ଥିବା ଚାରି ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଫସି ରହିଛନ୍ତି ଏବଂ ସୁରକ୍ଷା ବାହିନୀ ପ୍ରବଳ ବର୍ଷା ଏବଂ କୁହୁଡ଼ି ମଧ୍ୟରେ ସେମାନଙ୍କୁ ନିପାତ କରିବାକୁ ଚେଷ୍ଟା କରୁଛନ୍ତି। ଆଜି ସକାଳେ ଜିଲ୍ଲାର ବସନ୍ତଗଡ଼ର ଦୂରବର୍ତ୍ତୀ ବିହାଲି ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ସେନା ଏବଂ ପୋଲିସର ଏକ ମିଳିତ ଟିମ୍‌ ସର୍ଚ୍ଚ ଅପରେସନ୍‌ନ ଆରମ୍ଭ କରିବା […]

ଜମ୍ମୁ-କାଶ୍ମୀରର ଉଧମପୁରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
Samaya Live Picture
Published On

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ପ୍ରାୟ ଏକ ବର୍ଷ ଧରି ଟା‌ର୍ଗେଟ୍‌ରେ ଥିବା ଚାରି ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଫସି ରହିଛନ୍ତି ଏବଂ ସୁରକ୍ଷା ବାହିନୀ ପ୍ରବଳ ବର୍ଷା ଏବଂ କୁହୁଡ଼ି ମଧ୍ୟରେ ସେମାନଙ୍କୁ ନିପାତ କରିବାକୁ ଚେଷ୍ଟା କରୁଛନ୍ତି। ଆଜି ସକାଳେ ଜିଲ୍ଲାର ବସନ୍ତଗଡ଼ର ଦୂରବର୍ତ୍ତୀ ବିହାଲି ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ସେନା ଏବଂ ପୋଲିସର ଏକ ମିଳିତ ଟିମ୍‌ ସର୍ଚ୍ଚ ଅପରେସନ୍‌ନ ଆରମ୍ଭ କରିବା ସମୟରେ ଏହି ଏନକାଉଣ୍ଟର ହୋଇଥିଲା। ଖରାପ ପାଗ ସତ୍ତ୍ୱେ ଅଧିକ ଫୋର୍ସ ପଠାଯାଇଛି ଏବଂ ଏକ ବଡ଼ ଧରଣର ସନ୍ଧାନ ଅଭିଯାନ ଚାଲିଛି। ଜମ୍ମୁ ରେଞ୍ଜର ପୋଲିସ ମହାନିରୀକ୍ଷକ ଭୀମ ସେନ ଟୁଟି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକମାନଙ୍କୁ କହିଛନ୍ତି, “ସକାଳ ପ୍ରାୟ ୮.୩୦ ସମୟରେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇଥିଲା… ସେମାନଙ୍କ ସଂଖ୍ୟା ଚାରି ବୋଲି ବିଶ୍ୱାସ କରାଯାଉଛି ଏବଂ ଆମେ ଗତ ଏକ ବର୍ଷ ଧରି (ଏହି ଗୋଷ୍ଠୀକୁ) ଟ୍ରାକ୍ କରୁଛୁ। ଅଧିକାରୀମାନେ ଆହୁରି କହିଛନ୍ତି ଯେ ଫସି ରହିଥିବା ଆତଙ୍କବାଦୀମାନେ ପାକିସ୍ତାନ ସ୍ଥିତ ଜେଇଏମର ସଦସ୍ୟ ଏବଂ ସେନାର ପାରା କମାଣ୍ଡୋଙ୍କ ନେତୃତ୍ୱରେ ମିଳିତ ସର୍ଚ୍ଚ ପାର୍ଟି ସେମାନଙ୍କୁ କାରୁର ନାଲା ନିକଟରେ ଲୁଚି ରହିଥିବା ପାଇଥିଲେ। ସକାଳେ, ଜମ୍ମୁ-ସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ୍ ଅଫ୍ ଆର୍ମି ଏକ୍ସ ରେ ଏକ ପୋଷ୍ଟରେ କହିଛି, “ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ, ବସନ୍ତଗଡ଼ର ବିହାଲି ଅଞ୍ଚଳରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଦ୍ୱାରା ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଛି। ଅପରେସନ୍ ବର୍ତ୍ତମାନ ଜାରି ରହିଛି।

Tags: