ଜମ୍ମୁ କାଶ୍ମୀରରେ ୟୁପି ଘଟଣାର ପୁନରାବୃତ୍ତି,‘ଜୟ ଶ୍ରୀରାମ’ ଲେଖିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ଼

ଶ୍ରୀନଗର : ଉତ୍ତରପ୍ରଦେଶ ସ୍କୁଲ୍‌ରେ ଜ‌ଣେ ଶିକ୍ଷୟିତ୍ରୀ ତାଙ୍କ ସ୍କୁଲ୍‌ର ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କ ଦ୍ବାରା ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ ପ୍ରବଳ ବିବାଦ ହୋଇଥିବା ବେଳେ ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ଜଣେ ଛାତ୍ର ଶ୍ରେଣୀଗୃହର କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ତାଙ୍କୁ ଶିକ୍ଷକ ନିସ୍ତୁକ ମାଡ଼ ମାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାରେ ପୁଲିସ ଅଭିଯୁକ୍ତ ଶିକ୍ଷକ ଏବଂ ସ୍କୁଲ୍‌ର ପ୍ରିନ୍ସପାଲଙ୍କ […]

Samaya Live Picture
Published On

ଶ୍ରୀନଗର : ଉତ୍ତରପ୍ରଦେଶ ସ୍କୁଲ୍‌ରେ ଜ‌ଣେ ଶିକ୍ଷୟିତ୍ରୀ ତାଙ୍କ ସ୍କୁଲ୍‌ର ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କ ଦ୍ବାରା ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ ପ୍ରବଳ ବିବାଦ ହୋଇଥିବା ବେଳେ ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ଜଣେ ଛାତ୍ର ଶ୍ରେଣୀଗୃହର କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ତାଙ୍କୁ ଶିକ୍ଷକ ନିସ୍ତୁକ ମାଡ଼ ମାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାରେ ପୁଲିସ ଅଭିଯୁକ୍ତ ଶିକ୍ଷକ ଏବଂ ସ୍କୁଲ୍‌ର ପ୍ରିନ୍ସପାଲଙ୍କ ବିରୋଧରେ ଏତଲା ରୁଜୁ କରିଛି। ଆଇପିସିର ଧାରା ୩୪୨, ୫୦୪ ଏବଂ ୫୦୬ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କଠୁଆ ଘଟଣା‌ର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ ହୋଇଛି ବୋଲି ଡିସିପି କହିଛନ୍ତି।

Tags: