ଜମ୍ମୁ-କାଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ପ୍ରକ୍ରିୟା ଜାରି ରହିଛି ଏବଂ ଯେକୌଣସି ସମୟରେ ନିର୍ବାଚନ କରାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟା ସୁପ୍ରିମ୍କୋର୍ଟଙ୍କୁ ଗୁରୁବାର ଅବଗତ କରାଇଛନ୍ତି ଯେ, ଜମ୍ମୁ-କାଶ୍ମୀରରେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ। ତିନିଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମେ ପଞ୍ଚାୟତ ନିର୍ବାଚନ, ତା’ପରେ ପୌର ନିର୍ବାଚନ ଏବଂ ଶେଷରେ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ପ୍ରକ୍ରିୟା ଜାରି ରହିଛି ଏବଂ ଯେକୌଣସି ସମୟରେ ନିର୍ବାଚନ କରାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟା ସୁପ୍ରିମ୍କୋର୍ଟଙ୍କୁ ଗୁରୁବାର ଅବଗତ କରାଇଛନ୍ତି ଯେ, ଜମ୍ମୁ-କାଶ୍ମୀରରେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ। ତିନିଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମେ ପଞ୍ଚାୟତ ନିର୍ବାଚନ, ତା’ପରେ ପୌର ନିର୍ବାଚନ ଏବଂ ଶେଷରେ ବିଧାନସଭା ନିର୍ବାଚନ ହେବ। ତେବେ ବର୍ତ୍ତମାନ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦେଇହେବ ନାହିଁ। କିନ୍ତୁ ଏହାର କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଅସ୍ଥାୟୀ ବୋଲି ମେହଟା ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସ୍ଥିରତା ଓ ୨୦୧୯ର ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି।
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ୪୨.୫ ପ୍ରତିଶତ ହ୍ରାସ ପାଇଛି। ଅନୁପ୍ରବେଶ ୯୦.୨୦ ପ୍ରତିଶତ କମିଛି। ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପଥରଫିଙ୍ଗା ୯୨ ପ୍ରତିଶତ କମିଛି। ଏଥି ସହ ସୁରକ୍ଷା କର୍ମୀଙ୍କ ମୃତାହତ ଘଟଣା ୬୯.୫ ପ୍ରତିଶତ ହ୍ରାସ ପାଇଛି ବୋଲି ମେହେଟ୍ଟା କହିଛନ୍ତି। ସେହିପରି ଜମ୍ମୁ-କାଶ୍ମୀରରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି। ଅନେକ ପ୍ରକଳ୍ପ କାମ ହାତକୁ ନିଆଯାଇଛି। ଯୁବକମାନେ ଏବେ ନିଯୁକ୍ତିର ସୁଯୋଗ ପାଉଛନ୍ତି। ମେହେଟ୍ଟା କହିଛନ୍ତି, ୨୦୧୮ରେ ଜମ୍ମୁ-କାଶ୍ମୀରରେ ୧୭୬୧ଟି ପଥରମାଡ଼ ଘଟଣା ଘଟିଥିଲା। ବର୍ତ୍ତମାନ ତାହା ଶୂନ ହୋଇଯାଇଛି।




