ଜମ୍ମୁ-କାଶ୍ମୀରରେ ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ: ସିଇସି ରାଜୀବ କୁମାର

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ନିର୍ବାଚନ କମିସନ ଖୁବ୍ ଶୀଘ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁମାର କହିଛନ୍ତି, ଆମେ ଖୁବ୍ ଶୀଘ୍ର ଜମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବୁ। ଗତ ୪ ଦଶନ୍ଧି ମଧ୍ୟରେ ଜମ୍ମୁ-କାଶ୍ମୀରରେ ସର୍ବାଧିକ ୫୮.୫୮ ପ୍ରତିଶତ ଓ ଉପତ୍ୟକାରେ ୫୧.୦୫ ପ୍ରତିଶତ ମତଦାନ ହୋଇଛି। ଜମ୍ମୁ, ଉଧମପୁର, […]

Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ନିର୍ବାଚନ କମିସନ ଖୁବ୍ ଶୀଘ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁମାର କହିଛନ୍ତି, ଆମେ ଖୁବ୍ ଶୀଘ୍ର ଜମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବୁ। ଗତ ୪ ଦଶନ୍ଧି ମଧ୍ୟରେ ଜମ୍ମୁ-କାଶ୍ମୀରରେ ସର୍ବାଧିକ ୫୮.୫୮ ପ୍ରତିଶତ ଓ ଉପତ୍ୟକାରେ ୫୧.୦୫ ପ୍ରତିଶତ ମତଦାନ ହୋଇଛି। ଜମ୍ମୁ, ଉଧମପୁର, ଶ୍ରୀନଗର, ବାରାମୁଲ୍ଲା ଓ ଅନନ୍ତନାଗ-ରାଜୌରୀରୁ ୫ ଜଣ ସାଂସଦଙ୍କୁ ସଂସଦର ନିମ୍ନ ସଦନକୁ ଯାଇଥାନ୍ତି। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଏହା ଜମ୍ମୁ-କାଶ୍ମୀରରେ ପ୍ରଥମ ନିର୍ବାଚନ ଥିଲା। ଲୋକସଭା ନିର୍ବାଚନ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ଆୟୋଗ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

Tags: