ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍‌ ଅଫିସର ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଧମପୁରରେ ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ୍‌ ଅଫିସର ସହିଦ ହୋଇଛନ୍ତି। ଉଧମପୁର ଜିଲ୍ଲା ଅଧୀନ ବସନ୍ତଗଡ଼ର ଦୁର୍ଗମ ଡୁଡୁ ଅଞ୍ଚଳରେ ସିଆରପିଏଫ୍‌ ଏବଂ ଏସ୍‌ଓଜି (ସ୍ବତନ୍ତ୍ର ଅପରେସନ୍‌ ଗ୍ରୁପ୍‌)ର ଏକ ପାଟ୍ରୋଲ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୧୮୭ ବାଟାଲିଅନ୍‌ର ଜଣେ ସିଆରପିଏଫ୍‌ ଇନ୍ସପେକ୍ଟର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ୍‌ ନେବା ବାଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମିଳିତ ପାଟ୍ରୋଲିଂ ପାର୍ଟି ଦ୍ବାରା ଆତଙ୍କବାଦୀଙ୍କୁ କଡ଼ା […]

Samaya Live Picture
Published On

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଧମପୁରରେ ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ୍‌ ଅଫିସର ସହିଦ ହୋଇଛନ୍ତି। ଉଧମପୁର ଜିଲ୍ଲା ଅଧୀନ ବସନ୍ତଗଡ଼ର ଦୁର୍ଗମ ଡୁଡୁ ଅଞ୍ଚଳରେ ସିଆରପିଏଫ୍‌ ଏବଂ ଏସ୍‌ଓଜି (ସ୍ବତନ୍ତ୍ର ଅପରେସନ୍‌ ଗ୍ରୁପ୍‌)ର ଏକ ପାଟ୍ରୋଲ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୧୮୭ ବାଟାଲିଅନ୍‌ର ଜଣେ ସିଆରପିଏଫ୍‌ ଇନ୍ସପେକ୍ଟର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ୍‌ ନେବା ବାଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମିଳିତ ପାଟ୍ରୋଲିଂ ପାର୍ଟି ଦ୍ବାରା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାପାଇଁ ପ୍ରବଳ ଗୁଳିମାଡ଼ କରାଯାଇଥ‌ିଲେ ମଧ୍ୟ ଆତଙ୍କବାଦୀମାନେ ଖସି ପଳାଇଛନ୍ତି। ସମ୍ପୃକ୍ତ ସ୍ଥାନରେ ଏବେ ଅଧିକ ସେନା ମୁତୟନ କରି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଉଲ୍ଲେଖଯୋଗ୍ୟ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ ତାରିଖରେ ୩ଟି ପର୍ଯ୍ୟାୟରେ ଜମ୍ମୁ କାଶ୍ମୀରରେ ବିଧାନସଭା‌ ନିର୍ବାଚନ ହେବ। ରାଜ୍ୟରେ ନିର୍ବା‌ଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଆତଙ୍କବାଦୀ ଆକ୍ରମଣ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ାଇଛି।

Tags: