ଜମ୍ମୁ କାଶ୍ମୀରରୁ ୮ ଆତଙ୍କବାଦୀ ଗିରଫ
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ୮ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଉକ୍ତ ୮ ଆତଙ୍କବାଦୀ ଦୀର୍ଘ ୩ ଦଶନ୍ଧି ଧରି ଆଇନଠାରୁ ଅପହଞ୍ଚ ରହିଥିଲେ। ଏସ୍ଆଇଏ (ରାଜ୍ୟ ତଦନ୍ତକାରୀ ସଂସ୍ଥା) ଏବଂ ସିଆଇଡି (କ୍ରିମିନାଲ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ୍)ର ମିଳିତ ଅପରେସନ୍ରେ ଦୋଦା ଜିଲ୍ଲାରେ ଉକ୍ତ ୮ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ କିଛି ଆତଙ୍କବାଦୀ ସରକାରୀ ଚାକିରିରେ ଥିବା ଜଣାପଡ଼ିଛି। ଅନ୍ୟ କିଛି ଆତଙ୍କବାଦୀ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି। ୮ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି ଏବଂ […]
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ୮ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଉକ୍ତ ୮ ଆତଙ୍କବାଦୀ ଦୀର୍ଘ ୩ ଦଶନ୍ଧି ଧରି ଆଇନଠାରୁ ଅପହଞ୍ଚ ରହିଥିଲେ। ଏସ୍ଆଇଏ (ରାଜ୍ୟ ତଦନ୍ତକାରୀ ସଂସ୍ଥା) ଏବଂ ସିଆଇଡି (କ୍ରିମିନାଲ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ୍)ର ମିଳିତ ଅପରେସନ୍ରେ ଦୋଦା ଜିଲ୍ଲାରେ ଉକ୍ତ ୮ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ କିଛି ଆତଙ୍କବାଦୀ ସରକାରୀ ଚାକିରିରେ ଥିବା ଜଣାପଡ଼ିଛି। ଅନ୍ୟ କିଛି ଆତଙ୍କବାଦୀ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି। ୮ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଅଦିଲ ଫାରକୁ ଫରିଦି, ମହମ୍ମଦ ଇକବଲ ଓରଫ ଜାଭେଦ, ମୁଜାହିଦ ହୁସେନ ଓରଫ ନିସାର ଅହମଦ, ତାରିକ ହୁସେନ, ଇସ୍ତିଆକ ଅହମଦ, ଅଜାଜ ଅହମଦ, ଜମିଲ ଅହମଦ ଏବଂ ଇଶଫାକ ଅହମଦ। ଜମ୍ମୁ କାଶ୍ମୀରକୁ ଆତଙ୍କବାଦୀ ଶୂନ୍ୟ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ବୋଲି ପୁଲିସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ତେବେ ଆଗକୁ ଜି-୨୦ ବୈଠକ ଥିବାରୁ ଏହା ପୂର୍ବରୁ ଜମ୍ମୁ କାଶ୍ମୀରରେ ଏହି କୁଖ୍ୟାତ ଆତଙ୍କବାଦୀ ଗିରଫ ହେବା ସୁରକ୍ଷାବାହିନୀ ପାଇଁ ଏକ ବଡ଼ ସଫଳତା।




