ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା
ଶ୍ରୀନଗର: ଏନ୍ସି (ନେସନାଲ କନଫରେନ୍ସ) ନେତା ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦୀର୍ଘ ୬ ବର୍ଷ ପରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ପ୍ରଥମ ନିର୍ବାଚିତ ସରକାର ମିଳିଛି। ଏନ୍ସି ବିଧାୟକ ସୁରିନ୍ଦର ସିଂହ ଚୌଧାରୀ ଓମାରଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ସେ ନୂଆ ସରକାରରେ ଜମ୍ମୁକୁ ପ୍ରତିନିଧିତ୍ବ କରୁଛନ୍ତି। ପ୍ରସିଦ୍ଧ ଡାଲ୍ ଲେକ୍ କୂଳରେ ଅବସ୍ଥିତ ଶ୍ରୀନଗରର ଶେର ଆଇ କଶ୍ମୀର ଅନ୍ତର୍ଜାତୀୟ କନଫରେନ୍ସ ସେଣ୍ଟର […]
ଶ୍ରୀନଗର: ଏନ୍ସି (ନେସନାଲ କନଫରେନ୍ସ) ନେତା ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦୀର୍ଘ ୬ ବର୍ଷ ପରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ପ୍ରଥମ ନିର୍ବାଚିତ ସରକାର ମିଳିଛି। ଏନ୍ସି ବିଧାୟକ ସୁରିନ୍ଦର ସିଂହ ଚୌଧାରୀ ଓମାରଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ସେ ନୂଆ ସରକାରରେ ଜମ୍ମୁକୁ ପ୍ରତିନିଧିତ୍ବ କରୁଛନ୍ତି। ପ୍ରସିଦ୍ଧ ଡାଲ୍ ଲେକ୍ କୂଳରେ ଅବସ୍ଥିତ ଶ୍ରୀନଗରର ଶେର ଆଇ କଶ୍ମୀର ଅନ୍ତର୍ଜାତୀୟ କନଫରେନ୍ସ ସେଣ୍ଟର (ଏସ୍କେଆଇସିସି)ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ଉପରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲା ଏବଂ ଅନ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି। ଓମାର୍ଙ୍କ ସହ ଆଜି ଆଉ ୫ ଜଣ ବିଧାୟକ ତଥା ସତୀଶ ଶର୍ମା (ସ୍ବାଧୀନ), ସକିନା ଇତୁ, ଜାଭିଦ ଦାର, ସୁରିନ୍ଦର ସିଂହ ଚୌଧାରୀ ଏବଂ ଜାବିଦ ରାଣା ଶପଥ ନେଇଛନ୍ତି। ୪ଟି କ୍ୟାବିନେଟ୍ ପଦ ଖାଲି ପଡ଼ିଛି। ପରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବାପରେ ଏହା ପୂରଣ ହେବ। ଶପଥ ଗ୍ରହଣ ଉତ୍ସବରେ ଇଣ୍ଡି ମେଣ୍ଟର ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ,ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଡିଏମ୍କେର କାନିମୋଝି ଏବଂ ଏନ୍ସିପି (ଏସ୍ପି) ସୁପ୍ରିୟା ସୁଲେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି। ପିଡିପି ମୁଖ୍ୟ ମେହବୁବା ମୁଫ୍ତି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।




