ଜମ୍ମୁ କଶ୍ମୀରର ସୁଞ୍ଜୱନ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ; ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଜମ୍ମୁ ଦରବାର ନିକଟସ୍ଥ ସୁଞ୍ଜୱନ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇ ଜଣେ ଯବାନ ଆହତ ହୋଇଛନ୍ତି। ସକାଳ ପ୍ରାୟ ୧୦ଟା ୫୦ ମିନିଟ୍‌ ସମୟରେ ସେଣ୍ଟ୍ରି ପୋଷ୍ଟ୍‌ ନିକଟରେ ଏହି ଆକ୍ରମଣ ହୋଇଛି। ୩୬ ଇନଫାଣ୍ଟ୍ରି ବ୍ରିଗେଡ୍‌ ସେଣ୍ଟ୍ରି ପୋଷ୍ଟ୍‌ ସୁରକ୍ଷା ଦାୟିତ୍ବରେ ଥିବାବେଳେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଆହତ ହୋଇଥିବା ଯବାନ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ଅଞ୍ଚଳରେ ଏବେ ତଲାସୀ ଅଭିଯାନ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ […]

Samaya Live Picture
Published On

ଶ୍ରୀନଗର: ଜମ୍ମୁ କଶ୍ମୀରର ଜମ୍ମୁ ଦରବାର ନିକଟସ୍ଥ ସୁଞ୍ଜୱନ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇ ଜଣେ ଯବାନ ଆହତ ହୋଇଛନ୍ତି। ସକାଳ ପ୍ରାୟ ୧୦ଟା ୫୦ ମିନିଟ୍‌ ସମୟରେ ସେଣ୍ଟ୍ରି ପୋଷ୍ଟ୍‌ ନିକଟରେ ଏହି ଆକ୍ରମଣ ହୋଇଛି। ୩୬ ଇନଫାଣ୍ଟ୍ରି ବ୍ରିଗେଡ୍‌ ସେଣ୍ଟ୍ରି ପୋଷ୍ଟ୍‌ ସୁରକ୍ଷା ଦାୟିତ୍ବରେ ଥିବାବେଳେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଆହତ ହୋଇଥିବା ଯବାନ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ଅଞ୍ଚଳରେ ଏବେ ତଲାସୀ ଅଭିଯାନ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ସୁରକ୍ଷାକର୍ମୀ ଜମ୍ମୁ କଶ୍ମୀରର ଏଲ୍‌ଓସି ନିକଟରେ ଆତଙ୍କବାଦୀଙ୍କର ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲେ। ଗତ ସପ୍ତାହରେ ଜମ୍ମୁ କଶ୍ମୀରର କୁପୱାଡ଼ା ଜିଲ୍ଲାରେ ଏଲ୍‌ଓସି ନିକଟରେ ୨ଟି ପୃଥକ୍‌ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ। ଆଗକୁ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଥିବାବେଳେ ଏହ‌ା ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିଯାଇଛି।

Tags: