ଜମ୍ମୁ-କଶ୍ମୀରର କିସ୍ତୱାଡ଼ରେ ଏନକାଉଣ୍ଟର, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟରରେ ସେନାର ଜଣେ ସ୍ପେସାଲ ଫୋର୍ସ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଆଉ ୩ ଜଣ କମାଣ୍ଡୋ ଆହତ ହୋଇଛନ୍ତି। ଏହି ଗୁଳିବିନିମୟରେ ସ୍ପେସାଲ ଫୋର୍ସ କମାଣ୍ଡୋ ନାଏବ ସୁବେଦାର ରାକେଶ କୁମାର ନିହତ ହୋଇଥିବା ବେଳେ ଅନ୍ୟ ୩ ଜଣ କମାଣ୍ଡୋ ଆହତ ହୋଇଥିବା ସେନାର ହ୍ୱାଇଟ୍ ନାଇଟ୍ କର୍ପସ୍ ପକ୍ଷରୁ ସୂଚନା ଦିଆଯାଇଛି। ଜିଓସି (ଜେନେରାଲ ଅଫିସର କମାଣ୍ଡିଂ) ହ୍ୱାଇଟ୍ […]

Samaya Live Picture
Published On

ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟରରେ ସେନାର ଜଣେ ସ୍ପେସାଲ ଫୋର୍ସ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଆଉ ୩ ଜଣ କମାଣ୍ଡୋ ଆହତ ହୋଇଛନ୍ତି। ଏହି ଗୁଳିବିନିମୟରେ ସ୍ପେସାଲ ଫୋର୍ସ କମାଣ୍ଡୋ ନାଏବ ସୁବେଦାର ରାକେଶ କୁମାର ନିହତ ହୋଇଥିବା ବେଳେ ଅନ୍ୟ ୩ ଜଣ କମାଣ୍ଡୋ ଆହତ ହୋଇଥିବା ସେନାର ହ୍ୱାଇଟ୍ ନାଇଟ୍ କର୍ପସ୍ ପକ୍ଷରୁ ସୂଚନା ଦିଆଯାଇଛି। ଜିଓସି (ଜେନେରାଲ ଅଫିସର କମାଣ୍ଡିଂ) ହ୍ୱାଇଟ୍ ନାଇଟ୍ କର୍ପସ୍ ଏବଂ ୨ ପାରା (ଏସ୍ଏଫ୍)ର ନାଏବ ସୁବେଦାର ରାକେଶ କୁମାର ଆତଙ୍କବାଦୀଙ୍କ ସହ ଭୀଷଣ ସଂଘର୍ଷ ଭିତରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ରାକେଶ କିଛି ମାସ ହେଲା ଆତଙ୍କବାଦ ନିରୋଧୀ ସ୍ବତନ୍ତ୍ର ଅପରେସନରେ ସାମିଲ ଥିଲେ। କିସ୍ତଓ୍ଵାଡ଼ର ଜଙ୍ଗଲଘେରା ଚାସ୍ ଅଞ୍ଚଳରେ ପ୍ରାୟ ୯ ଘଣ୍ଟା ଧରି ଏହି ଏନ୍‌କାଉଣ୍ଟର ଚାଲିଥିଲେ। ଅନ୍ୟପଟେ ଶ୍ରୀନଗରର ହରୱାନ ଅଞ୍ଚଳରେ ଆଉ ଏକ ଏନକାଉଣ୍ଟର ଆରମ୍ଭ ହୋଇଛି ଏବଂ ୨ ଜଣ ଆତଙ୍କୀଙ୍କୁ ସୁରକ୍ଷାବାହିନୀ ଘେରାବନ୍ଦୀରେ ରଖିଛି। ସୂଚନାଯୋଗ୍ୟ, ନଭେମ୍ବର ୮ ତାରିଖରେ କିସ୍ତୱାଡ଼ରେ ଦୁଇ ଜଣ ଭିଲେଜ ଡିଫେନ୍ସ ଗାର୍ଡଙ୍କୁ ହତ୍ୟା କରାଯିବା ପରେ ଏହି ଅଂଚଳରେ ବଡ଼ ଧରଣର କମ୍ବିଂ ଅପରେସନ ଚାଲିଛି।

Tags: