ଜମ୍ମୁ କଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ରେ ୫୬ ପ୍ରତିଶତ ମତଦାନ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟରେ ୨୬ ବିଧାନସଭା ଆସନରେ ମତଦାନ ଶେଷ ହୋଇଛି। ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟରେ ୫୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସକାଳ ୭ଟାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା। ୨୫ ଲକ୍ଷରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ମତଦାନ ପାଇଁ ଯୋଗ୍ୟ ବିବେଚିତ। ୬ ଜିଲ୍ଲାର ୨୬ଟି ନିର୍ବାଚନମଣ୍ଡଳୀରେ ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଜଣେ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ଏନ୍‌ସି ନେତା […]

Samaya Live Picture
Published On

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟରେ ୨୬ ବିଧାନସଭା ଆସନରେ ମତଦାନ ଶେଷ ହୋଇଛି। ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟରେ ୫୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସକାଳ ୭ଟାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା। ୨୫ ଲକ୍ଷରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ମତଦାନ ପାଇଁ ଯୋଗ୍ୟ ବିବେଚିତ। ୬ ଜିଲ୍ଲାର ୨୬ଟି ନିର୍ବାଚନମଣ୍ଡଳୀରେ ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଜଣେ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ଏନ୍‌ସି ନେତା ଓମାର ଅବଦୁଲ୍ଲା। ଓମାର ଅବଦୁଲ୍ଲା ୨ଟି ଆସନ ଗା‌ନ୍ଦେରବଲ୍‌ ଏବଂ ବଡ଼ଗାମରୁ ନିର୍ବାଚନ ଲଢ଼ୁଛନ୍ତି। ଜମ୍ମୁ କଶ୍ମୀର ବିଜେପି ମୁଖ୍ୟ ରବିନ୍ଦର ରାଇନା ରାଜ‌ୌରୀର ନୌସେରାରୁ ନିର୍ବାଚନ ଲଢ଼ୁଛନ୍ତି। ୬ ଜିଲ୍ଲାରେ ୩୫୦୦ ମତଦାନ କେନ୍ଦ୍ରରେ ୧୩ ହଜାରରୁ ଅଧିକ ପୋଲିଂ କର୍ମୀ ମୁତୟନ ହୋଇଥ‌ିଲେ। ରାଜୌରୀ, ପୁଞ୍ଚ, ରିଆସି, ଶ୍ରୀନଗର, ଗାନ୍ଦେରବଲ ଏବଂ ବଡ଼ଗାମରେ ଭୋଟ୍‌ ଗ୍ରହଣ ହୋଇଛି। ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ପାଇଁ ୧୫୭ ସ୍ବତନ୍ତ୍ର ଭୋଟିଂ ବୁଥ୍‌ ପ୍ରତିଷ୍ଠା ହେବା ସହ ୨୬ଟି ପିଙ୍କ୍‌ ଭୋଟିଂ ବୁଥ୍‌ ଦା‌ୟିତ୍ବରେ ମହିଳାମା‌ନେ ଥିଲେ ବୋଲି ନିର୍ବାଚନ କମିସନ କହିଛନ୍ତି।

Tags: