ଜମ୍ମୁରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ , ୨ ବିଏସଏଫ୍ ଯବାନ ଆହତ
ନୂଆଦିଲ୍ଲୀ : ଜମ୍ମୁର ଆର୍ନିଆ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ପାକ୍ ରେଂଜର୍ସମାନେ ଜମ୍ମୁ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଆର୍ନିଆ ସେକ୍ଟରର ବିକ୍ରମ ପୋଷ୍ଟ୍ ଉପରକୁ ଆଜି ସକାଳ ପ୍ରାୟ ୮.୧୫ ସମୟରେ ଗୁଳିମାଡ଼ କରିଥିଲେ। ଫଳରେ ୨ ଜଣ ବିଏସଏଫ୍ ଯବାନ ଆହତ ହୋଇଛନ୍ତି। ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ୨୦୨୧ ଫେବ୍ରୁଆରିରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପରେ ଏହା ପ୍ରଥମ ଅସ୍ତ୍ରବିରତି ଉଲ୍ଲଂଘନ। ଆହତ ଯବାନମାନଙ୍କୁ ସରକାରୀ ମେଡିକାଲ କଲେଜ ଏବଂ […]
ନୂଆଦିଲ୍ଲୀ : ଜମ୍ମୁର ଆର୍ନିଆ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ପାକ୍ ରେଂଜର୍ସମାନେ ଜମ୍ମୁ
ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଆର୍ନିଆ ସେକ୍ଟରର ବିକ୍ରମ ପୋଷ୍ଟ୍ ଉପରକୁ ଆଜି ସକାଳ ପ୍ରାୟ ୮.୧୫ ସମୟରେ ଗୁଳିମାଡ଼ କରିଥିଲେ। ଫଳରେ ୨ ଜଣ ବିଏସଏଫ୍ ଯବାନ ଆହତ ହୋଇଛନ୍ତି। ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ୨୦୨୧ ଫେବ୍ରୁଆରିରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପରେ ଏହା ପ୍ରଥମ ଅସ୍ତ୍ରବିରତି ଉଲ୍ଲଂଘନ। ଆହତ ଯବାନମାନଙ୍କୁ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ୨୦୨୧ ଫେବ୍ରୁଆରି ୨୫ରେ ଭାରତ ଏବଂ ପାକିସ୍ତାନ ଜମ୍ମୁ କାଶ୍ମୀର ଏବଂ ଅନ୍ୟ ସେକ୍ଟରରେ ଅସ୍ତ୍ରବିରତି ଚୁକ୍ତି ପାଳନ ପାଇଁ ରାଜି ହୋଇଥିଲେ। କିନ୍ତୁ ଏହାସତ୍ତ୍ବେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।




