ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ କଲେ ଲୋକାୟୁକ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପାଇଁ ଏବେ ବଡ଼ ଆଇନଗତ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ମୁଦା) ଦ୍ୱାରା ଜମି ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିୟମ ଉଲ୍ଲଂଘନ କରି ସିଦ୍ଦରମୈୟାଙ୍କ ପତ୍ନୀଙ୍କୁ ମୁଦା ପକ୍ଷରୁ ଅତ୍ୟନ୍ତ ମୂଲ୍ୟବାନ ସରକାରୀ ଜମି ଆବଣ୍ଟନ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତ ଓ ପୁଲିସକୁ ତିନିଦିନ ତଳେ ଅଦାଲତ ନିର୍ଦ୍ଦେଶ ଦେବା ପରେ ଏହି […]

Samaya Live Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପାଇଁ ଏବେ ବଡ଼ ଆଇନଗତ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ମୁଦା) ଦ୍ୱାରା ଜମି ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିୟମ ଉଲ୍ଲଂଘନ କରି ସିଦ୍ଦରମୈୟାଙ୍କ ପତ୍ନୀଙ୍କୁ ମୁଦା ପକ୍ଷରୁ ଅତ୍ୟନ୍ତ ମୂଲ୍ୟବାନ ସରକାରୀ ଜମି ଆବଣ୍ଟନ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତ ଓ ପୁଲିସକୁ ତିନିଦିନ ତଳେ ଅଦାଲତ ନିର୍ଦ୍ଦେଶ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଏଫ୍‌ଆଇଆର୍‌ରେ ସିଦ୍ଦରମୈୟାଙ୍କୁ ପ୍ରଥମ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ହେଲେ ତାଙ୍କ ପତ୍ନୀ ପାର୍ବତୀ, ଭିଣୋଇ ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଦେବରାଜ ନାମକ ଅନ୍ୟ ଜଣେ ବ୍ୟକ୍ତି। ଅଭିଯୋଗ ଅନୁଯାୟୀ, ମହୀଶୂର ସହରାଞ୍ଚଳ ଉନ୍ନୟନ ସଂସ୍ଥା ପାର୍ବତୀଙ୍କ ମାଲିକାନାରେ ଥିବା ଏକ ଜମି ଅଧିଗ୍ରହଣ କରି ତାଙ୍କୁ ଅଧିକ ମୂଲ୍ୟର ପ୍ଲଟ୍ କ୍ଷତିପୂରଣ ବାବଦରେ ଦେଇଥିଲା। ବିଜେପି ନେତୃତ୍ୱାଧୀନ ବିରୋଧୀ ଦଳଙ୍କ ସହ ଅନ୍ୟ କେତେକ ସଂଗଠନ ସିଦ୍ଦରମୈୟା ଏବଂ ତାଙ୍କ ପତ୍ନୀ ପାର୍ବତୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ବେଆଇନ କ୍ଷତିପୂରଣ ଜମି ଚୁକ୍ତିରୁ ଫାଇଦା ଉଠାଇବା ପାଇଁ ସିଦ୍ଦରମୈୟା ତାଙ୍କ କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗ ନେଇ କର୍ଣ୍ଣାଟକ ରାଜନୀତି ଏବେ ସରଗରମ ରହିଛି। ଗତମାସରେ କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ଦୁର୍ନୀତି ମାମଲା ଚଳାଇବାକୁ ଅନୁମତି ଦେଇଥିଲେ । ଚଳିତ ମାସ ପ୍ରାରମ୍ଭରେ କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟପାଳଙ୍କ ଅନୁମୋଦନକୁ ବଜାୟ ରଖିଥିଲେ। ଏହାପରେ ସାଂସଦ/ବିଧାୟକଙ୍କ ଆପରାଧିକ ମାମଲା ବିଚାର ପାଇଁ ଥିବା ସ୍ୱତନ୍ତ୍ର ଅଦାଲତ ସୂଚନା ଅଧିକାର କର୍ମୀ ସ୍ନେହମୟୀ କ୍ରିଷ୍ଣାଙ୍କ ଅଭିଯୋଗର ତଦନ୍ତ କରିବାକୁ ମହୀଶୂର ଲୋକାୟୁକ୍ତ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

Tags: