ଜମିରେ ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଉଦ୍ୟମ
ଭୋପାଳ: ମଧ୍ୟପ୍ରଦେଶ ରେୱା ଜିଲ୍ଲାରେ ନିଜ ଜମିରେ ଘରୋଇ ରାସ୍ତା ନିର୍ମାଣକୁ ବିରୋଧ କରୁଥିବା ଦୁଇ ମହିଳାଙ୍କୁ ଜିଅନ୍ତା ପୋତି ହତ୍ୟା କରିବା ଉଦ୍ୟମ କରାଯାଇଛି। ଏହି ଘଟଣାରେ ପୁଲିସ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଜଣକୁ ଗିରଫ କରିଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରାୟ ୨ ମିନିଟିର ଦୁଇଟି ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ ଏକ ଜମିରେ ଦୁଇତିନିଜଣ ମହିଳା ଏକ ଡମ୍ପର ପଛପଟେ ବସିଥିଲେ। ବସିଥିବା ଦୁଇ […]
ଭୋପାଳ: ମଧ୍ୟପ୍ରଦେଶ ରେୱା ଜିଲ୍ଲାରେ ନିଜ ଜମିରେ ଘରୋଇ ରାସ୍ତା ନିର୍ମାଣକୁ ବିରୋଧ କରୁଥିବା ଦୁଇ ମହିଳାଙ୍କୁ ଜିଅନ୍ତା ପୋତି ହତ୍ୟା କରିବା ଉଦ୍ୟମ କରାଯାଇଛି। ଏହି ଘଟଣାରେ ପୁଲିସ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଜଣକୁ ଗିରଫ କରିଛି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରାୟ ୨ ମିନିଟିର ଦୁଇଟି ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ ଏକ ଜମିରେ ଦୁଇତିନିଜଣ ମହିଳା ଏକ ଡମ୍ପର ପଛପଟେ ବସିଥିଲେ। ବସିଥିବା ଦୁଇ ମହିଳାଙ୍କ ଉପରେ ଡମ୍ପର ଚାଳକ ମାଟି ଓ ମୋରମ ଢ଼ାଳି ଦେଇଥିଲା। ଫଳରେ ଦୁଇମହିଳା ଅଣ୍ଟା ଯାଏଁ ମୋରମରେ ପୋତି ହୋଇଯାଇଥିଲେ। ପରିବାର ସଦସ୍ୟ ଓ ଅନ୍ୟମାନେ ମାଟି ଖୋଳି ସେମାନଙ୍କୁ ଉଦ୍ଧାର କରିଥିଲେ। ରେୱା ଏସ୍ପି ବିବେକ ସିଂହ କହିଛନ୍ତି, ଘଟଣାଟି ହିନୋତା ଜୋରାଟ ଗାଁରେ ଘଟିଛି। ଏହା ଏକ ପାରିବାରିକ ବିବାଦ। ଆହତ ମହିଳାଙ୍କ ଶ୍ବଶୁର ଜମିରେ ରାସ୍ତା ନିର୍ମାଣ କରିବା ଆରମ୍ଭ କରିଥିଲେ। ଏଥିପାଇଁ ଡମ୍ପର୍ ଓ ପ୍ରୋକ୍ଲିନ ଲଗାଇ ମାଟିଗୋଡ଼ି ଜମା କରୁଥିଲେ। ଏହାର ପ୍ରତିବାଦ କରି ଦୁଇ ମହିଳା ମମତା ପାଣ୍ଡେ ଓ ଆଶା ପାଣ୍ଡେ ଡମ୍ପର ପଛପଟେ ତଳେ ବସିଥିଲେ।




